Odiapua.com

ରାଧାବଲ୍ଲଭପୁର ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ଗଣ ସତ୍ୟାଗ୍ରହ

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ଆର୍ଥିକ ସଂସ୍ଥା ସରକାରଙ୍କ ରେଜିଷ୍ଟ୍ରାର ଅଫ କମ୍ପାନୀ ଆକ୍ଟରେ ପାଇଥିବା ପଞ୍ଜିକରଣ ସାର୍ଟିପିକେଟ ଏବଂ ସରକାରଙ୍କ ସହ ବିଭିନ୍ନ ଯୋଜନା ପରିଚାଳନାର ସହଭାଗିତାର ପ୍ରମାଣ ଦେଖାଇବା ବେଳେ ସାଧାରଣ ଲୋକଟିଏ ଏହାକୁ ସରକାରୀ ସଂସ୍ଥା ଅଥବା ବ୍ୟାଙ୍କ ଭାବି ନିଜ କଷ୍ଟଲବ୍ଧ ଅର୍ଥ ବିଭିନ୍ନ ସ୍କିମର ଲୋଭନୀୟ ବ୍ୟବସ୍ଥାରେ ଟଙ୍କା ଜମା କରିଥିଲେ । ସାଧାରଣ ଖଟିକିଆ ଲୋକ ସେମାନଙ୍କ କଷ୍ଟ ଉପାର୍ଜିତ ଜମାଟଙ୍କା ଫେରି ପାଉନଥିବାରୁ ଆଜି କ୍ଷତିଗ୍ରସ୍ତ ମିଳିତ ମଂଚ ପକ୍ଷରୁ ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣସତ୍ୟାଗ୍ରହ କରିଛନ୍ତି । ଆର୍ଥିକ ଅର୍ଥ ଲଗାଣକାରୀ ସଂସ୍ଥା ସାଧାରଣ ଲୋକଙ୍କୁ ଅଧିକ ସୁଧର ଲୋଭ ଦେଖାଇ ସେମାନଙ୍କ ଟଙ୍କା ଜମା କରିଥିଲେ । ସମ୍ପୃକ୍ତ ସଂସ୍ଥା ଗୁଡିକ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ପୂର୍ବରୁ ସରକାର ତଦନ୍ତ ଆଳରେ ସେସବୁ ସଂସ୍ଥାକୁ ସିଲ କରିଦେଲେ । ପରବର୍ତୀ ସମୟରେ ସଂସ୍ଥାର ସମ୍ପତିକୁ ଜବତ କରାଗଲା । ଜମାକାରୀଙ୍କ ଆନ୍ଦୋଳନ ପରେ ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୃତି ଦେଇଥିଲେ । କର୍ପସ ପାଣ୍ଠି ଗଠନ କରି ଛୋଟ ବଡ ଜମାକାରୀଙ୍କଠାରୁ ତଦନ୍ତ କମିଶନଙ୍କ ମାଧ୍ୟମରେ ସତ୍ୟପାଠ ମାଗିଥିଲେ । ଏବେ କରୋନାର ଆଳ ଦେଖାଇ ସରକାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରୁନାହାନ୍ତି । କଷ୍ଟ ଉପାର୍ଜିତ ଅର୍ଥ ଫେରସ୍ତ ନପାଇଁ କ୍ଷତିଗ୍ରସ୍ତ ଜମାକାରୀ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିବାଦ କରି କ୍ଷତିଗ୍ରସ୍ତ ମିଳିତ ମଂଚ ପକ୍ଷରୁ ଆଜି ରାଧାବଲ୍ଲଭପୁର ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସତ୍ୟାଗ୍ରହ କରାଯାଇଥିଲା । ପରେ ଏକ ଦାବିପତ୍ର ସ୍ଥାନୀୟ ସରପଂଚଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଏହି ଗଣ ସତ୍ୟାଗ୍ରହରେ ମଂଚର ଜିଲା ଆବାହକ ଉମେଶ ଚନ୍ଦ୍ର ନାୟକ, ଧାମନଗର ବ୍ଲକ ସଭାପତି ବିଜୟ କୁମାର ସାହୁ, ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ, ସୀତାକାନ୍ତ ବିଶ୍ୱାଳ, ସାଧନା ସାମଲ, ରେବତୀ ଷଡଙ୍ଗୀଙ୍କ ସମେତ ବହୁ କ୍ଷତିଗ୍ରସ୍ତ ଜମାକାରୀ ଉପସ୍ଥିତ ଥିଲେ ।