Odiapua.com

ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ କୋଭିଡ ସଚେତନତା କାର୍ଯ୍ୟକ୍ରମ

ହାଟଡିହି- ୩୧ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) କୋଭିଡ ଦ୍ୱିତୀୟ ଲହରକୁ ଆଖି ଆଗରେ ରଖି ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ସାବୁନ ଓ ମାସ୍କ ବଣ୍ଟନ କରାଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତିଙ୍କ ସଂଯୋଜନାରେ ଚିତ୍ତରଞ୍ଜନ ମଲ୍ଲିକ, ମୁକେଶ କୁମାର ନାୟକ, ହେମନ୍ତ ମହାନ୍ତି, ଚନ୍ଦ୍ରକାନ୍ତ ପରିଡା, ଆକାଶ ବେହେରା, ସନ୍ତୋଷ କୁମାର ମଲ୍ଲିକ, ପବିତ୍ର ରାଉତ, ଅରୁପ କୁମାର ରାଉତ, ଜ୍ଞାନ ରଞ୍ଜନ ରାଉତ ପ୍ରମୁଖ ସଦସ୍ୟମାନେ ନିକଟବର୍ତ୍ତୀ ଗ୍ରାମ ଜମ୍ଭରା, ଶାଳବଣୀ, ମଝିଗାଁ ବାଲିପଦା, ଆଗିରିଆ ପ୍ରଭୃତି ଗ୍ରାମରେ ପାଞ୍ଚଶହରୁ ଉର୍ଦ୍ଧ ଲୋକଙ୍କୁ ମାସ୍କ, ସାବୁନ ଆଦି ବଣ୍ଟନ କରିଥିଲେ । ବିଶେଷକରି ସାମାଜିକ ଦୁରତା ବଜାୟ ରଖିବା, ଆବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବା, ବର୍ତ୍ତମାନ ସମୟରେ ବିବହା, ବ୍ରତ ଓ ଜନଗହଳି ଆଦି ସ୍ଥାନକୁ ନଯିବା ପାଇଁ ଲୋକମାନଙ୍କୁ ସଚେତନ କରାଇଥିଲେ ।