Odiapua.com

ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଗରିବ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ହାଟଡ଼ିହି-୨୨ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ସମଣା ପଞ୍ଚାୟତର ବାହାରିପୁର ଗ୍ରାମରେ ଗରିବ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଫାଉଣ୍ଡେସନର ସଭାପତି ପଞ୍ଚାନନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାହାରିପୁର, ଗିରିଗାଁ, ତେମଳା, ଦୁଡୁଗାଁ ପ୍ରଭୃତି ଗ୍ରାମର ଚାରିଶହରୁ ଉର୍ଦ୍ଧ ଲୋକଙ୍କୁ ଏହି କମ୍ବଳ ବଣ୍ଟନ କରାଯାଇଥିଲା । ଏଥିରେ ପୁରୁଷୋତ୍ତମ ମହାନ୍ତି, କୃପାସିନ୍ଧୁ ମଲ୍ଲିକ, ରାମଚନ୍ଦ୍ର ମହାନ୍ତି, ଚିତ୍ତରଞ୍ଜନ ମଲ୍ଲିକ, ଅରୁପ କୁମାର ରାଉତ, ଜିତେନ୍ଦ୍ର ମହାନ୍ତି, ଦେବରାଜ ହାତୀ, ଜିତେନ୍ଦ୍ର ମୁଦୁଲି, ଆକାଶ କୁମାର ବେହେରା, ମହେଶ୍ୱର ରାଉତ, ବଳରାମ ମହାନ୍ତି, ଦୀନବନ୍ଧୁ ତରେଇ, ସୌମ୍ୟ ରଞ୍ଜନ ରାଉତ, ନଳିନୀ ମହାନ୍ତି, ମୁକେଶ କୁମାର ନାୟକ, ଦେବଦତ୍ତ ନାୟକ, ରାଜ କିଶୋର ସ୍ୱାଇଁ, ଅଙ୍କୁର ସାହୁ, ସୁଶାନ୍ତ ଜେନା, ମହେଶ୍ୱର ରାଉତ, ସାଗରୀକା ମହାନ୍ତି, ମନ୍ଦାକିନି ମହାନ୍ତି, ସୁଧାମଣୀ ମହାନ୍ତି, ମେନକା ମହାନ୍ତି, ପ୍ରୀତିକା ମହାନ୍ତି, ଶ୍ୱେତପଦ୍ମା ମହାନ୍ତି, ସୁଷମା ମହାନ୍ତି, ସ୍ୱସ୍ତିକା ମହାନ୍ତି, ଶଶିକାନ୍ତ ଷଡଙ୍ଗି, ସ୍ମୃତି ରଞ୍ଜନ ରାଉତ, ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ । ଫାଉଣ୍ଡେସନର ସଭାପତି ପଞ୍ଚାନନ ମହାନ୍ତି “ମାନବ ସେବା ହିଁ ମାଧବ ସେବା”କୁ ବ୍ରତ ଭାବେ ଗ୍ରହଣ କରି ଗ୍ରାମାଞ୍ଚଳର ଗରିବ ଅସହାୟ ମାନଙ୍କ ପାଇଁ ସାରା ଓଡିଶାରେ ତାଙ୍କର ଏହି ମହତକାର୍ଯ୍ୟ ଜାରି ରଖିବା ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଓ ପ୍ଲାଷ୍ଟିକ ବର୍ଜନ ଭଳି ସଚେତନତା କାର୍ଯ୍ୟକ୍ରମ ମାନ ଜାରି ରଖିଛନ୍ତି ।