Odiapua.com

ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଚାରା ରୋପଣ

ହାଟଡ଼ିହି,୧୮ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଅଧିନସ୍ଥ ହାବଳେଶ୍ୱର ପଞ୍ଚାୟତର ଶାଳବଣୀ ଗ୍ରାମର ଚତୁପାଶ୍ୱର୍ରେ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ତିନିଶହରୁ ଉର୍ଦ୍ଧ ଚାରା ରୋପଣ କରାଯାଇଛି ।ବର୍ତ୍ତମାନ ସମୟରେ ବାୟୁପ୍ରଦ୍ୟୁଷଣ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଅଛି । ଏବେ ଅମ୍ଳଜାନର ଘୋର ଅଭାବ ଯୋଗୁଁ: ଅନେକ ଲୋକଙ୍କ ମୃତ୍ୟୁପରେ ଲୋକମାନେ ଗଛଲଗାଇବା ପାଇଁ ସଚେତନ ହେବା ଜରୁରୀ ହୋଇପଡିଛି ବୋଲି ଫାଉଣ୍ଡେସନର ଅଧ୍ୟକ୍ଷ ପଞ୍ଚାନନ ମହାନ୍ତି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସୁଦର୍ଶନ ମଲ୍ଲିକ, ମହେଶ୍ୱର ରାଉତ, ରତ୍ନାକର ବେହେରା, ଚିତ୍ତରଞ୍ଜନ ମଲ୍ଲିକ, କୃଷ୍ଣ ଚନ୍ଦ୍ର ଜେନା, ବାବନ ମହାନ୍ତି, ଚନ୍ଦ୍ରକାନ୍ତ ପରିଡା, ପ୍ରେମାନନ୍ଦ ଜେନା, ଅଶୋକ ମାଝୀ, ରାଜା ମହାନ୍ତି, ପଙ୍କଜ କୁମାର ବେହେରା, ଅରୁପ କୁମାର ରାଉତ, ସୁଶାନ୍ତ କୁମାର ଜେନା, ବିଜୟାନନ୍ଦ ଜେନା, ଶଙ୍କର୍ଷଣ ଜେନା, ରାଜେଶ ମହାନ୍ତି, ମଧୁସୁଦନ ଜେନା, ଜ୍ଞାନରଞ୍ଜନ ରାଉତ,ମୁରଲୀଧର ଜେନା, କୃପାସିନ୍ଧୁ ଜେନା, ନବଘନ ମୁଦୁଲି ମୁକେଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ନଡିଆ, ନିମ୍ବ, ସୀତା, ଅଶ୍ୱତଥ, କୃଷ୍ଣଚୁଡା, ରାଧାଚୁଡା, ବଣଅଁଳା, ଛତିୟାନ, ଆମ୍ବ ଆଦି ବୃକ୍ଷର ଚାରା ରୋପଣ କରିଥିଲେ ।