ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବାଣିତିଆ ପଚାଂୟତ ନାଲଗରାସ୍ଥିତ ରାଧାକାନ୍ତ ଜିୟୁ ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନି ସଭାରେ ଆଚଂଳିକ ସାଧନ କେନ୍ଦ୍ର ସଂଯୋଜକ ବିଜୟ କୁମାର ମଲ୍ଲିକ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ପାଠପଢା ସାଙ୍ଗକୁ ଶାରିରୀକ କ୍ରୀଡା ଅପରିହାର୍ଯ୍ୟ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ପଚଂସଖା ଶିକ୍ଷାସେତୁ କମିଟିର ସଭାପତି ହରେକୃଷ୍ଣ ଚୌଧୁରୀ, ସମ୍ମାନିତ ଅତିଥି ପ୍ରଶାନ୍ତ କୁମାର ସାହୁ, ମାନିନୀ ଗାହାଣ, ସସ୍ମିତା ବଳନାୟକ, ଭଗବାନ ନାୟକ, ଦୈତାରୀ ବେହେରା, ରାଜେନ୍ଦ୍ର ରଣା, ଜୟନ୍ତୀ ସାମଲ ପ୍ରମୁଖ କ୍ରୀଡା ବକ୍ତବ୍ୟ ରଖିଥିବା ବେଳେ କୁନି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଏହିଅବସରରେ କ୍ରୀଡା ପତାକାତ୍ତଉତୋଳନ କରାଯିବା ସହ ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ବାବା ବଟକେଶ୍ୱର ମନ୍ଦିର ପୀଠରୁ ମଶାଲ ଶୋଭାଯାତ୍ରାରେ ବାହାରି ପରିଭ୍ରମଣ କରିଥିଲେ । ପ୍ରଥମ ଦିନରେ ଦୌଡ,ଛୁଚିଂସୂତା ଦୌଡ, ଆଳୁ ଚାମଚ ଦୌଡ, ସଟଫୁଟ୍, ଲମ୍ବଡିଆଁ, ସ୍ଲୋ ସାଇକେଲ୍ ରେସ୍, ଜିଲାପି ଦୌଡ, ଗଣିତ ଦୌଡ, ଅଖା ଡିଆଁ, ଆଳୁ ଫିଙ୍ଗା ଆଦି ଖେଳ ଅନୁଷ୍ଠିତ ହୋଇଥିଲା । ଉଦ୍ଯାପନୀ ଉତ୍ସବର ପୁରସ୍କାର ବିତରଣୀ ସଭାକୁ ପ୍ରଧାନଶିକ୍ଷୟିତ୍ରୀ ସଭାପତିତ୍ୱ କରିଥିଲେ । ଏଥିରେ ଶିକ୍ଷାବିତ୍ ଭଗବାନ ଚନ୍ଦ୍ର ମିଶ୍ର, ସାହିତ୍ୟିକ ହରିହର ପାଣିଗ୍ରାହୀ,ବିଜୟ କୁମାର ମଲ୍ଲିକ ଯୋଗଦେଇ କ୍ରୀଡା ଶିକ୍ଷାର ଏକ ଅଂଶ ବୋଲି କହିଥିବା ବେଳେ ଶାରିରୀକ,ମାନସିକ ସୁସ୍ଥତା ବଢାଇବାରେ ସାହାଯ୍ୟ କରାଏ ବୋଲି କହିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । କ୍ରୀଡା ଶିକ୍ଷକ ଦେବାଶିଷ ଦାସଙ୍କ ତତ୍ୱାବଧାନରେ ଶିକ୍ଷୟିତ୍ରୀ ସୌମ୍ୟଶ୍ରୀ ଦ୍ୱିବେଦୀ, ସୌଦାମିନୀ ପଲାଇ, ଶିକ୍ଷକ ଚକ୍ରଧର ଜେନା, ଦିଲ୍ଲୀପ କୁମାର ଦେ, ଶମ୍ଭୁନାଥ ସାହୁ, ସୁଦର୍ଶନ ପାଢୀ, କୈଳାସ ଚନ୍ଦ୍ର ଜେନା, ପଦ୍ମ ଲୋଚନ ପଣ୍ଡା, ରବିନ୍ଦ୍ର ଭାରତୀ, ଶଙ୍କର୍ଷଣ ଦାସ, ସେକ୍ ଆସିକିରୁ ରେହେମାନ୍, ବାସୁଦେବ ରାଉଳ ପ୍ରମୁଖ ସହଯୋଗ କରିଥିଲେ ।