Odiapua.com

ରାତି ୧୨ଟା ପରେ ନୋ ଡିଜେ

ଭୁବନେଶ୍ୱର,୦୫/୧୦,(ଓଡ଼ିଆ ପୁଅ ପି ନାଏକ):ଦୁର୍ଗାପୂଜା ପାଇଁ ଏବେ ଟ୍ବିନ ସିଇଟିରେ ପ୍ରବଳ ଗହଳି । ଯେଉଁଥିପାଇଁ କମିଶନରେଟ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଭାବରେ ଗ୍ରହଣ କରିଛି । ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ବିଭିନ୍ନ ରୁପ ପରିବର୍ତ୍ତନ କରାଯାଇଥିବା ବେଳେ ମେଲୋଡିକୁ ନେଇ ନୂଆ ପଦକ୍ଷେପ ଗ୍ରହଣ କରିଛି ପୋଲିସ । ଭୁବନେଶ୍ଵର ରେ ଗହଳିକୁ ଦୃଷ୍ଟିରେ ରଖି ୨ ହଜାର ସ୍ପେଶାଲ ପୋଲିସ ନିଯୁକ୍ତ କରାଯାଇଥିବା ବେଳେ ବିଜେ ପାଇଁ ଅନୁମତି ମଧ୍ୟ ଦିଆଯାଇଛି । ମାତ୍ର ଏହାର ସୀମା ନିର୍ଦ୍ଧାରଣ କରାଯାଇଛି । ତେବେ ରାତି ୧୨ଟା ପରେ ବିଜେ ବାଜିବ ନାହିଁ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ  ।