Odiapua.com

ରାତିରେ ଡାକ ପାର୍ସଲ ଗାଡିରେ ଚାଲାଣ ହେଉଥିଲା ଗୋରୁ : ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଣ୍ଟେନରରେ ଲେଖା ହେଉଛି ଡାକ ପାର୍ସଲ । କିନ୍ତୁ ଭିତରେ ବୋଝେଇ ହୋଇଛନ୍ତି ଷଣ୍ଢ ଓ ଗାଈ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରରେ । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସ୍ଥାନୀୟ ଯୁବକମାନେ ଗୋରୁ ଚାଲାଣ କଣ୍ଟେନରଟିକୁ ଅଟକାଇ ପୁଲିସ୍ ନିଷ୍କ୍ରିୟତାକୁ ଦାୟୀ କରି ଏପରି ଘଟଣା ବାରମ୍ବାର ଘଟୁଥିବାରୁ ପ୍ରାୟ ୩ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ରାସ୍ତାରୋକ କରିଥିଲେ । ପରେ ଜିଲା ଆରକ୍ଷୀ ଅଧିକ୍ଷକ ଘଟଣାସ୍ଥଳରେ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ଶାନ୍ତ କରି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଘଟଣାରୁ ପ୍ରକାଶ ଗତ ରାତିରେ ଭଦ୍ରକ ସହରର ବାଇପାସ ନିକଟରେ ଏକ ଡାକ ପାର୍ସଲ ଗାଡିରେ ୯ଟି ଷଣ୍ଢ ଓ ୩ଟି ଗାଈ ଥିବା କଣ୍ଟେନରଟିକୁ ପୁଲିସ୍ ପୁରୁଣାବଜାର ଅଂଚଳରୁ ଜବତ କରି ମଇତାପୁରସ୍ଥିତ ଗୋଶାଳାକୁ ନେଉଥିଲା । ତେବେ ଗାଡିଟିରେ ଡ୍ରାଇଭର ବସିଥିବାବେଳେ ଏକ ପୁଲିସ୍ ତାହାକୁ ଚଳାଉଥିବାର ଦେଖି ସନ୍ଦେହ ହେବାରୁ ସ୍ଥାନୀୟ ଯୁବକମାନେ ଗାଡିଟିକୁ ଅଟକାଇଥିଲେ । ଏହାଦେଖି ଇତିମଧ୍ୟରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲେ । ଖବର ପାଇ ସହରାଞ୍ଚଳ ଥାନା ପୁଲିସ୍ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ନିଜ ଜିଦ୍‌ରେ ଅଟଳ ରହିଥିଲେ । ତେବେ ରାତି ପ୍ରାୟ ୧୧ଟା ବେଳେ ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଘଟଣାସ୍ଥଳରେ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ । ଏବଂ ଭବିଷ୍ୟତରେ ଏଭଳି ଗୋରୁଚାଲାଣ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ତେବେ ଆଜି ଭଦ୍ରକ ଜିଲାରୁ ସଂପୂର୍ଣ୍ଣ ବେଆଇନ୍ ଷଣ୍ଢ ଓ ଗୋଚାଲାଣ ବନ୍ଦ ହେବା ସହ ଏଥିରେ ସଂପୃକ୍ତ ଥିବା ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ କେତେକ ସଂଗଠନ ପକ୍ଷରୁ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ସ୍ମାରକୀ ପତ୍ର ଦେବାପରେ ଏଭଳି ବେଆଇନ୍ କାର୍ଯ୍ୟ କିଭଳି ରୋକାଯାଇପାରିବ, ସେଥିନେଇ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ଏକ ଜରୁରୀକାଳୀନ ବୈଠକ ବସାଇଥିଲେ । ଏଥିରେ ସାମାଜିକ ସଂଗଠନର କର୍ମକର୍ତ୍ତା କିଛି ତଥ୍ୟ ତାଙ୍କୁ ଦେବାପରେ ସେ ଏ ଦିଗରେ ସଂପୂର୍ଣ୍ଣ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏବଂ ଆଗାମୀ ଦିନରେ ଗୋଚାଲାଣ ରୋକିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହେବ ବୋଲ ପୁଲିସ୍ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।