Odiapua.com

ରାତିରେ ଚାଲିଛି ଚୋରା ବାଲି ପରିବହନ

ହାଟଡିହି- ୧୩ / ୧୧ : (ଓଡିଆପୁଅ/ ବିକାଶ ବିଶ୍ୱାଳ)ହାଟଡିହି ତହସିଲର କେତେକ ବାଲି ଘାଟରୁ ରାତିରେ ବାଲି ଉତ୍ତୋଳନ କରାଯାଇ ପରିବହନ କରାଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗତ ଦୁଇଦିନ ତଳେ ନନ୍ଦିପଦା ପୁଲିସ ଓ ହାଟଡିହି ତହସିଲଦାରଙ୍କ ପକ୍ଷରୁ ବେଆଇନି ବାଲି ଚାଲାଣ ହେଉଥିବା ୪ଟି ବାଲି ବୋଝେଇ ହାଇୱାକୁ ଅଟକ ରଖି ଜୋରିମାନା ଆଦାୟ କରିବାପରେ ବେ ଆଇନି ଭାବେ ଚାଲୁଥିବା ଡିମିରିଆ ଓ ହାବଳେଶ୍ୱର ବାଲିଘାଟକୁ ବନ୍ଦ କରିବାକୁ ଯାଇଥିଲେ । ତହସିଲଦାର ଆସୁଥିବା ଖବରପାଇ ବାଲି ମାଫିଆମାନେ ତରବରିଆ ଭାବେ ମେସିନି ଗୁଡିକୁ ବୈତରଣୀ ନଦୀରୁ ହଟାଇ ଦେଇଥିଲେ । କିନ୍ତୁ ଏବେ ଆଗିରିଆ ଓ ବାଲିପଦା ଠାରେ ଦୁଇଟି ବାଲିଘାଟ ଚୋରାରେ ଚାଲିଥିବା ଜଣାଯାଇଛି । ରାତି ୯ଟାଠାରୁ ସକାଳ ୬ଟା ପର‌୍ୟ୍ୟନ୍ତ ଏହି ଘାଟ ଚାଲୁଥିବାବେଳେ ୨୦ରୁ ୩୦ଟି ଟ୍ରାକ୍ଟରରେ ବାଲି ପରିବହନ ହେଉଥିବା ଅଭିେଯୋଗ ହେଉଛି । ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ବାଲିଘାଟକୁ ବନ୍ଦ କରିବାପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି ।