ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତଲା ଓ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଷ୍ମୀଧର ମଲ୍ଲିକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବାଣିତି ଆ ହାଇସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ସେନାପତି ମୁଖ୍ୟ ବକ୍ତା ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବୀ ଭାଗିରଥି ନାୟକ ଯୋଗ ଦେଇ ପିଲା ମାନଂକୁ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବୀନ୍ଦ୍ର କୁମାର ସାହୁ, ପଂଚସଖା ଶିକ୍ଷା ସେତୁ ଲେଖିବେ ସଭାପତି ଗଣେଷ ପ୍ରସାଦ ଦାଶ କମିଟି ସଭ୍ୟ ରମେଶ ଚନ୍ଦ୍ର ବେହେରା, ପିତାମ୍ବର ଦାଶ,ତପନ କୁମାର ଜେନା, ବ୍ରଜ କିଶୋର ମହାପାତ୍ର, ପ୍ରଦୀପ ବେହେରା ଯୋଗ ଦେଇ ଥିଲେ। ମଂଚ ଆହ୍ୱାନ ଓ ଅତିଥି ପରିଚୟ ଶିକ୍ଷୟିତ୍ରୀ ମନୋରମା ରାୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ସଂଘମିତ୍ରା ସାମଲ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଶିକ୍ଷକ ହିମାଂଶୁ ମଣ୍ଡଳ ମାନପତ୍ର ପାଠ କରିଥିଲେ। ଏହି ଅବସର ରେ ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇ ଥିଲା। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ସଂଚାଳନ ରେ ସାହାଯ୍ୟ ସହଯୋଗ କରିଥିବା ବେଳେ ଶିକ୍ଷୟିତ୍ରୀ -ଅନ୍ନପୂର୍ଣ୍ଣା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।