ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ଠାରେ ହେଉଥିବା ସାର୍ବଜନୀନ ଦୁର୍ଗାପୂଜା ପାଇଁ ଆଜି ସନ୍ଧ୍ୟା ଦୁର୍ଗାମଣ୍ଡପରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଦୁର୍ଗାପୂଜା କମିଟିର ସଭାପତି ଭାଗିରଥି ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକ ରେ ସମ୍ପାଦକ ଗଣେଶ ପ୍ରସାଦ ଦାଶ ଗତ ବର୍ଷର ଆୟବ୍ୟୟର ହିସାବ ଦେଇଥିଲେ। ପରେ ରାଣୀତାଲ ଦୁର୍ଗାପୂଜା ମଣ୍ଡପ ନିର୍ମାଣରେ ଭଦ୍ରକର ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କର ଅବଦାନ ପାଇଁ ଶୁଭେଚ୍ଛା ଜଣାଯାଇଥିଲା। ଚଳିତ ବର୍ଷ ୧୨ବର୍ଷରେ ପ୍ରଦାର୍ପଣ କରୁଥିବା ଏହି ଦୁର୍ଗାପୂଜାକୁ ବେଶ ଜାକଜମକରେ ପାଳନ ପାଇଁ ସର୍ବସମ୍ମତି ନିଷ୍ପତି ହୋଇଥିଲା। ପୂର୍ବ ବର୍ଷ ପରି କୁମାରୀ ଉତ୍ସବ ସହ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତି ହୋଇ ଥିଲା। ଏଠାରେ ସୂଚନା ଯୋଗ୍ୟ ଶିକ୍ଷାବିତ ଭାଗିରଥି ନାୟକ ରାଉରକେଲାରୁ ନିଜର ଶିକ୍ଷକ ଚାକିରୀରୁ ଅ୍ୱସର ପରେ ରାଣୀତାଲ ଅଂଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ପାଇଁ ୨୦୧୫ ମସିହାରେ ରାଣୀତାଲରେ ଦୁର୍ଗାପୂଜା ଆରମ୍ଭ କରିଥିଲେ। ରାଣୀତାଲ ଜଗଦଳପୁର, ରାହାଞ୍ଜ, ରମ୍ଭିଳା ପଂଚାୟତର ମିଳନସ୍ତଳ ହୋଇ ଥିବାରୁ ଏଠାରେ ପୂଜା ବେଶ ଜମିଥାଏ।