Odiapua.com

ରାଣୀତାଲବାସୀଙ୍କ ମନମୋହିଲେ ଭିନ୍ନକ୍ଷମ କଳାକାରମାନେ

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସେମାନେ ଭିନ୍ନକ୍ଷମ ହେଲେ ବି ସମାଜ ପାଇଁ ଅଲୋଡା ନୁହଁ । ସେମାନେ କାହା ପାଖରେ ହାତ ପତାଇ ନୁହଁ ବରଂ ନିଜର ଅନ୍ତଃନିହିତ ପ୍ରତିଭାକୁ ବିକଶିତ କରି ଲୋକମାନଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି କିଛି ଭିନ୍ନକ୍ଷମ ଯୁବକ । ବାଲେଶ୍ୱର ଜିଲ୍ଲାର ତୁଡିଗଡିଆରୁ ଆସିଥିବା କିଛି ଦିଦ୍ୟାଙ୍ଗ ଯୁବକ ଗତ କାଲି ସନ୍ଧ୍ୟାରେ ରାଣୀତାଲ ବଜାରରେ ବିଭିନ୍ନ ପ୍ରକାରର ବାଜା ସହ ଭଜନ ପରିବେଷଣ କରି ଏ ଅଂଚଳର ଲୋକଙ୍କ ମନ ମୋହିନେଇଥିଲେ । ରାଣୀତାଲ ବଜାର କମିଟିର ସଭାପତି ସୁକାନ୍ତ ସାହୁ,ସଭ୍ୟ ହେମନ୍ତ ମଲ୍ଲିକ ,ଅମୂଲ୍ୟ ନାୟକ,କୃଷ୍ଣଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାହାଞ୍ଜର ପୂର୍ବତନ ସରପଂଚ ରବିନ୍ଦ୍ର ସାହୁ,ଜଗଦଳପୁରର ପୂର୍ବତନ ସରପଂଚ ବିଜୟ ମହାପାତ୍ର ,ରାଣୀତାଲ ବିକାଶ ମଂଚର ଆବାହକ ଗଣେଷ ପ୍ରସାଦ ଦାଶ, ସାମ୍ବାଦିକ ଅଂଜନ କୁମାର ଲେଙ୍କା ପ୍ରଶଂସା କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।