Odiapua.com

ରାଣିତାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ସେବା ଦାବି

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଳକ ରାଣିତାଲ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ସାଧରଣରେ ଦାବି ହୋଇଛି । ସୂଚନାଯୋଗ୍ୟ ୧୯ ୮୨ ମସିହାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ହୋଇଥିଲା । ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଏହାର ଅବସ୍ଥିତି ପାଇଁ ଉକ୍ତ ସ୍ୱାସ୍ତ୍ୟକେନ୍ଦ୍ରର ଯଥେଷ୍ଟ ଗୁରୁତ୍ୱ ରହିଛି । ଚରମ୍ପା ଠାରୁ ମାର୍କୋଣା ପର୍ଯ୍ୟନ୍ତ ଏହି ଜାତୀୟ ରାଜପଥ ଦୁର୍ଘଟଣ ପ୍ରବଣ । ବହୁ ସଂଖ୍ୟକ ଦୁର୍ଘଟଣାଗସ୍ତ ରୋଗୀ ଏହି ସ୍ୱାସ୍ତ୍ୟକେନ୍ଦ୍ର ଉପରେ ପ୍ରାଥମିକ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି । କିନ୍ତୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ଏସମସ୍ତ ଗୁରୁତର ରୋଗୀମାନଙ୍କୁ ଘରୋଇ ଆମ୍ବୁଲାନ୍ସ କିମ୍ବା ଘରୋଇ ଗାଡ଼ି ଉପରେ ନିର୍ଭର କରିବାକୁ ପଡ଼ିଥାଏ । ବିଶେଷକରି ଅଗ୍ନିଶମ ବାହିନୀର ଦମକଳ ଏ ସମସ୍ତ ଗୁରୁତର ରୋଗୀଙ୍କୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟ ପର୍ଯ୍ୟନ୍ତ ନେଇଥାନ୍ତି । ରାଣିତାଲ ବ୍ୟତୀତ ଭଦ୍ରକ ବ୍ଲକର ରାହାଞ୍ଜ, ଜଗଦଳପୁର, ରମ୍ଭିଳା, ବାଲେଶ୍ୱର ଜିଲ୍ଲାର ରାମକୃଷ୍ଣପୁର, କଳାଶୁଣୀ, ରପିଆ ପରି ପଞ୍ଚାତବାସୀ ମଧ୍ୟ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ । କିନ୍ତୁ ଗୁରୁତର ରୋଗୀଙ୍କୁ ୧୦ କିଲୋମିଟର ଦୂରରୁ ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି । ନିକଟରେ ଆମ୍ବରୋଳୀ, ସାବରଙ୍ଗ ପରି କମ୍ ଗୁରୁତ୍ୱ ବହନ କରୁଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୁଇଟି ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିବାବେଳେ, ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ହୋଇଛି । ତେଣୁ ରାଣିତାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଭଦ୍ରକ ବିଧାୟକ କିମ୍ବା ସାଂସଦ ନିଜ ହାତପାଣ୍ଠିରୁ ଗୋଟିଏ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ସଂପୃକ୍ତ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।