ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ଜଗତ ଜନନୀ ମା ଭଦ୍ରକାଳୀ ସପ୍ତ ମାତୃକା ବେଶ ର ତୃତୀୟ ଦିବସ ରେ ରାଜ ରାଜେଶ୍ୱରୀ ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ମା ଙ୍କ ର ଏହି ଚତୁର୍ଦ୍ଧା ରୂପ କୁ ଦର୍ଶନ କରିବା ଲାଗି ଦିନ ସାରା ପୀଠ ରେ ଭିଡ ଲାଗିଥିଲା। ଭକ୍ତ ମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ମାଙ୍କ ଆଶିଷ ଭିକ୍ଷା କରିଥିଲେ। କମଳା ପାଟ ବାସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାର ରେ ଭୂଷିତ ହୋଇଥିଲେ ମା। ଗଜ ଓ ବ୍ୟାଘ୍ର ବାହନ ରେ ବିରାଜମାନ କରିଥିବା ବେଳେ ହସ୍ତ ରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରି ଚତୁର୍ଦ୍ଧା ରୂପ ରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି। ରାଜ ରଜେଶ୍ୱରି ବେଶ ରେ ଦର୍ଶନ କଲେ ଭକ୍ତ ଉଚ୍ଚ ପଦ, ମର୍ଯ୍ୟାଦା ପ୍ରାପ୍ତ ହେବା ସହିତ ଯଶ, କୀର୍ତି ଓ ପ୍ରଶଂସା ପାଇଥାଏ ବୋଲି ବିଶ୍ୱାସ କରାଯାଏ। ମହା ଯଜ୍ଞ ରେ ବହୁ ଦୂର ଦୁର।ନ୍ତ ରୁ ଭକ୍ତ ମାନେ ପୀଠ କୁ ଆସି ଯଜ୍ଞ ମଣ୍ଡପ ରେ ବସି ଆହୂତି ପ୍ରଦାନ କରିଛନ୍ତି। ଶତ ଚଣ୍ଡୀ ପାଠ, ଭାଗବତ ପାଠ, ଗୀତା ପାଠ ତଥା ବେଦବିତ ବ୍ରାହ୍ମଣ ମାନଙ୍କ ମନ୍ତ୍ର ଧ୍ୱନି ରେ ପୀଠ ରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ପରିଲକ୍ଷିତ ହେଉଛି। ସାଂସ୍କୃତିକ ସନ୍ଧ୍ୟା ର ତୃତୀୟ ସନ୍ଧ୍ୟା ରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରବଚନ ପ୍ରଦାନ କରିଥଲେ। ପ୍ରବଚନ କାର୍ଯ୍ୟକ୍ରମ ରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ। ଚତୁର୍ଥ ଦିବସ ଗୁରୁ ବାର ମା ପୀଠ ରେ ସିଂହ ବାହିନୀ ବେଶରେ ଦର୍ଶନ ଦେବେ। ମା ଙ୍କ ର ସିଂହ ବାହିନୀ ବେଶ ଓ ପୁଜା ନିତିକାନ୍ତି ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି।