Odiapua.com

ରାଜ ନଗର ସଙ୍ଗରୋଧ କେନ୍ଦ୍ରରେ ଗଣ୍ଡଗୋଳ ମାମଲା ଋଜୁ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚର୍ଯ୍ୟ)/୧୧/୦୫-ଦେଶରେ ମହାମାରୀ କରୋନା ମୁକାବିଲା ପାଇଁ ପ୍ରତି ଗ୍ରାମ ପଂଚାୟତରେ ସଙ୍ଗରୋଧ କେନ୍ଦ୍ରମାନ ଖୋଲାଯାଇଛି । ସଙ୍ଗରୋଧ କେନ୍ଦ୍ରକୁ ବିରୋଧ କରି କିଛି ଗ୍ରାମରେ ଗଣ୍ଡଗୋଳ ସୃଷ୍ଟି ହେଉଛି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଲୋଧାଚୁଆ ଗ୍ରାମ ପଂଚାୟତ ରାଜନଗର ସଙ୍ଗରୋଧ କେନ୍ଦ୍ରରେ । ସରପଂଚ ଜୟନ୍ତ କୁମାର ନାୟକଙ୍କ ଏତଲା ପରେ କୋଭିଡ୍‌-୧୯ ର ନୋଡାଲ ଅଫିସର୍ ତଥା ରଣପୁର ତହସିଲ୍‌୍‌ଦାର ସଂଜୟ କୁମାର ସାମନ୍ତରାୟ ଓ ପୋଲିସ୍ ଇନିସପେକ୍ଟର ରଶ୍ମିରଂଜନ ଦାଶ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସହ ଥାନାରେ ଏକ ମାମଲା ଋଜୁ କରିଛନ୍ତି । ଅଭିଯୁକ୍ତ କୁ ଖୋଜା ଚାଲିଛି । କିନ୍ତୁ ଅଭିଯୁକ୍ତ ଆଲୋକ ଜେନା ଫେରାର ଥିବା ଜଣା ପଡିଛି ।

ଘଟଣାରୁ ପ୍ରକାଶ ରାଜନଗର ସଙ୍ଗରୋଧ କେନ୍ଦ୍ରରେ କଲିକତା, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶର ୫ଜଣ ପ୍ରବାସୀ ଓଡିଆ ଶ୍ରମିକ ଅଛନ୍ତି । ସରପଂଚଙ୍କ ତରଫରୁ ରାଜନଗର ୱାର୍ଡମେମ୍ବର ଶିବ ମାଝୀ ଦେଖାଶୁଣା ଦାୟିତ୍ୱରେ ଅଛନ୍ତି । ଗତ ୧୦ ତାରିଖ ସଂଧ୍ୟାରେ ସଙ୍ଗରୋଧ କେନ୍ଦ୍ରରେ ଏକ ରୁମ୍ ରେ ବିଦ୍ୟୁତ୍ ଆଲୋକ ଓ ଫ୍ୟାନ୍ ଖରାପ ହୋଇଥିଲା । ତେଣୁ ସରପଂଚ ପଠାଇଥିବା ବିଦ୍ୟୁତ୍ ମେକାନିକ୍ କୁ ନେଇ ଶିବ ମାଝୀ ମରାମତି କରିବା ସମୟରେ ସେହି ରାଜନଗର ଗ୍ରାମର ଆଲୋକ ଜେନା ପହଁଚି ଶିବ ମାଝୀଙ୍କ ସହ ପାଟି ତୁଣ୍ଡ କରିଥିଲେ । ଖବର ପାଇ ସରପଂଚ ଜୟନ୍ତ କୁମାର ନାୟକ ସେଠାରେ ପହଁଚିବା ପରେ ବଚସା ହୋଇଥିଲା ।