Odiapua.com

ରାଜ୍ୟ ହସ୍ତଶିଳ୍ପ ଓ କଳାକୃତି ପୁରସ୍କାର ପାଇଁ ଭଦ୍ରକ ଜିଲ୍ଲାରୁ ପ୍ରଥମ ଥର ପାଇଁ ସୁପାରିଶ

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳର କଳା ଓ ସଂସ୍କୃତିକୁ ବଂଚାଇବା ସହିତ ଆଗାମୀ ପିଢ଼ୀ କାରୀଗରମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଦିଲିପ୍ ରାଉତରାୟଙ୍କ ଦ୍ୱାରା ରାଜ୍ୟସ୍ତରକୁ ସୁପାରିଶ କରାଯାଇଅଛି। ଆଜି ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ, ଉପ-କାର୍ଯ୍ୟନିର୍ବାହୀ ଅଧିକାରୀ ଓରମାସ୍ ଓ ଜିଲ୍ଲାର ହସ୍ତଶିଳ୍ପ ବିକାଶ ଅଧିକାରୀମାନଙ୍କ ଦ୍ୱାରା ତନଖି କରାଯାଇଥିଲା। କାରୀଗର ଶ୍ରୀଧର ଖିଲାର, ଗ୍ରାମ-ଜାଗୁଳାଇ, ବ୍ଲକ-ବାସୁଦେବପୁରଙ୍କ ଦ୍ୱାରା ନିର୍ମିତ ଏହି କଳାକୃତି ଅତ୍ୟନ୍ତ ସୁନ୍ଦର ଓ ମନୋରମ ହୋଇଛି। ଏହି ସିଦ୍ଧି ବିନାୟକ କଳାକୃତିଟି ସାମୁଦ୍ରିକ ଶଙ୍ଖ, ଶାମୁକା ଓ କଉଡ଼ି କୁ ବ୍ୟବହାର କରାଯାଇ ତିଆରି କରାଯାଇଅଛି।