Odiapua.com

ରାଜ୍ୟ ସ୍ତରୀୟ ଖୋ ଖୋ ଚମ୍ପିୟାନସିପ ଚଳିତ ମାସ ୧୩ ରୁ ୧୫ ପର୍ଯ୍ୟନ୍ତ

ପୁରୀ ୧୧/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଓଡିଶାର ଜଗରନଟ୍ସ ଖୋ ଖୋ ଦଳ ଚଳିତ ବର୍ଷ ଅଗଷ୍ଟ ରେ ପୁନେରେ ଅନୁଷ୍ଠିତ ପ୍ରତିଯୋଗିତାରେ ଚମ୍ପିୟାନ ହୋଇଥିଲା। ତେଣୁ ଖୋ ଖୋ ଖେଳକୁ ରାଜ୍ୟ ରେ ଅଧିକ ଲୋକ ପ୍ରିୟ କରିବା ଲକ୍ଷ୍ୟରେ ପୁରୀ ଠାରେ ୫୫ ତମ ସିନିୟର ବର୍ଗର ଖୋ ଖୋ ଚମ୍ପିୟାନସିପ ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ। ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଏହି ଉପଲକ୍ଷେ ଅନୁଷ୍ଠିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବୈଠକରେ ସୂଚନା ଦେଇ ଶ୍ରୀ ସାହୁ ଏହି ଚମ୍ପିୟାନସିପକୁ ଭବ୍ୟ, ସୁନ୍ଦର ଓ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରତିଯୋଗୀ ମାନେ ବିଭିନ୍ନ ଜିଲ୍ଲା ରୁ ଆସୁଥିବାରୁ ସେମାନଙ୍କୁ ଓ ଅଧିକାରୀ, ସହଯୋଗୀ ମାନଙ୍କ ରହଣୀ ବ୍ୟବସ୍ଥା ବୃନ୍ଦାବତୀ ନିବାସରେ କରାଯିବ ବୋଲି ସେ କହିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର ରାଜ୍ୟର କ୍ରିଡା ଭିତ୍ତିଭୂମୀର ବିକାଶ ସହ ଖେଳାଳୀ ମାନଙ୍କୁ ସହଯୋଗ ଓ ନିଯୁକ୍ତି ସୁଯୋଗ ମଧ୍ୟ ମିଳୁଛି।ତେଣୁ କ୍ରିଡା ପ୍ରତି ପିଲାମାନେ ଆକୃଷ୍ଟ ହେବାକୁ ମତ ଦେଇ ଥିଲେ।ପୁରୀ ପୌରନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ ଜିଲ୍ଲାରେ କ୍ରିଡା କୁ ଆଗକୁ ନେବାକୁ ପଦକ୍ଷେପ ନିଆଯିବା ସହ ଏକାଧିକ ପ୍ରତିଯୋଗୀତା ଆୟୋଜନ କରାଯାଇ ଶ୍ରେଷ୍ଠ କ୍ରିଡାବିତ ସୃଷ୍ଟି ଲକ୍ଷ୍ୟ ରହିଛି ବୋଲି କହିଥିଲେ।ଖୋ ଖୋ ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର ବିସ୍ତୃତ ସୂଚନା ଦେଇ ଖୋ ଖୋ ଖେଳ ଆୟୋଜନ ର ରୂପରେଖ ସମ୍ପର୍କରେ ମତ ଦେଇଥିଲେ।ଏହି ପ୍ରତିଯୋଗିତା ଜିଲ୍ଲା ହାଇସ୍କୁଲ ଠାରେ ନଭେମ୍ବର ୧୩ ତାରିଖ ଅପରାହ୍ନ ୫.୩୦ ମିନିଟ ସମୟରେ ଉଦଘାଟିତ ହେବ ଓ ୧୫ ତାରିଖ ସଂଧ୍ୟା ୭ ଘଟିକାରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲା ସହ, କିଟ ବିଶ୍ୱବିଦ୍ୟାଳୟ ଓ ପୁରୀ ଖୋ ଖୋ ସ୍ପୋର୍ଟ୍ସ ହଷ୍ଟେଲ ଅଂଶଗ୍ରହଣ କରିବେ।ଉଭୟ ପୁରୁଷ ଓ ମହିଳା ଦଳ ଏଥିରେ ପ୍ରତିନିଧିତ୍ଵ କରିବେ। ଜିଲ୍ଲା ହାଇସ୍କୁଲ ର ତିନୋଟି କୋର୍ଟରେ ମ୍ୟାଟ୍ ମାଧ୍ୟମରେ ଏହି ଖେଳ ହେବ।ଏହି ପ୍ରତିଯୋଗିତା ରୁ ମିଳୁଥିବା ଶ୍ରେଷ୍ଠ ଖେଳାଳୀଙ୍କ ଦଳ ଚଳିତ ମାସ ୨୦-୨୪ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ଠାରେ ଅନୁଷ୍ଠିତ ହେବାକୁ ଥିବା ୫୫ ତମ ଜାତୀୟ ଖୋ ଖୋ ଚମ୍ପିୟାନସିପରେ ଅଂଶଗ୍ରହଣ କରିବେ।ଉଭୟ ପୁରୁଷ ଓ ମହିଳା ଚମ୍ପିୟାନ ଦଳକୁ ୧୦ ହଜାର ଟଙ୍କା, ରନରସ୍ ଅପ ଦଳକୁ ୭ ହଜାର ଟଙ୍କା, ୩ୟ ଓ ୪ର୍ଥ ଦଳକୁ ୫ ହଜାର ଟଙ୍କା ଲେଖାଏଁ ଓ ୩ ଜଣ ଶ୍ରେଷ୍ଠ ଖେଳାଳୀ ଙ୍କୁ ୨ ହଜାର ଟଙ୍କା ଲେଖାଏଁ ପୁରସ୍କାର ଓ ଟ୍ରଫି ଦିଆଯିବ ବୋଲି ସେ କହିଥିଲେ।ଏହି ଅବସରରେ ଚମ୍ପିୟାନସିପର ଜର୍ସିକୁ ଉନ୍ମୋଚନ କରାଯାଇଥିଲା।ଏହି ବୈଠକରେ ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ।ଏଥିରେ ଖୋ ଖୋ ସଂଘର କୋଷାଧ୍ୟକ୍ଷ ଶ୍ରୀ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର, ପୁରୀ ପୌରପାଳିକାର ପରାମର୍ଶ ଦାତା ଶ୍ରୀ ଜ୍ୟୋତି ପ୍ରକାଶ ଦାସ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।