Odiapua.com

ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ ହେଲେ ପୁଲିସ ଅଧିକାରୀ ଲୋପାମୁଦ୍ରା

ହାଟଡ଼ିହି, ୨ / ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ) କଟକ ୬ଷ୍ଠ ବାଟାଲିୟନ ପରିସରରେ ଅନୁଷ୍ଠିତ ୮୬ତମ ରାଜ୍ୟ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ମହିଳା ପୁଲିସ ଇନସପେକ୍ଟର ଲୋପାମୁଦ୍ରା ନାୟକ ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କ ଦ୍ୱାରା ସମ୍ବଦ୍ଧିତ ହେବାସହ ସ୍ୱତନ୍ତ୍ର ଡିସ୍କି ଉପହାର ଦେଇଛନ୍ତି । ହାଟଡିହି ବ୍ଲକ ଡଅଁର ଗ୍ରାମର ଜନ୍ମିତ ସୁଶ୍ରୀ ଲୋପାମୁଦ୍ରା ନାୟକ ଏବେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରୁଛନ୍ତି । ପୁର୍ବରୁ ଅମ୍ଫାନ ବାତ୍ୟା ଓ କୋଭିଡ ସମୟରେ ରାତିଦିନ ଏକ କରି ଜନସେବା କରିବାସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ସକ୍ରୀୟ ଜଡିତ ରହିବା କାରଣରୁ ରାଜ୍ୟ ସରକାର ତାଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇବା ସହ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପାଇଁ ମନୋନୀତ କରିଥିଲେ । ଏଠାରେ ସୁଚନାଯୋଗ୍ୟ ଯେ କାର୍ଯ୍ୟଦକ୍ଷତା, ଜନସାଧାରଣଙ୍କ ସହ ବ୍ୟବହାର, ଅନୁସନ୍ଧାନରେ ଉତ୍କର୍ଷଓ ଆଇନି ଶୃଙ୍ଖଳା ରକ୍ଷା ଆଦି ଦିଗରେ ପରାକାଷ୍ଠାର ନିଦର୍ଶନ ସ୍ୱରୁପ ରାଜ୍ୟସ୍ତରରେ ଏହି ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ କରାଯାଇଥାଏ । ତାଙ୍କୁ ଏହି ସଫଳତା ମିଳିବାପରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ତାଙ୍କୁ ଶୁଭେଚ୍ଛା ଜଣାଇବାସହିତ ଅନେକ ଅନୁଷ୍ଠାନ ଓ ବିଭିନ୍ନ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ତାଙ୍କର ଏହି ସଫଳତାରେ ତାଙ୍କ ମା ମନୋରମା ନାୟକ, ଭଉଣୀ ଅର୍ଚ୍ଚନା ନାୟକ, ବଡଭାଇ ତଥା ଘଟଗାଁ ଏ.ବି.ଡି.ଓ ଚିତ୍ତରଞ୍ଜନ ନାୟକ ପ୍ରମୁଖ ଖୁସିବ୍ୟକ୍ତ କରିବା ସହିତ ତାଙ୍କର ଉତ୍ତରୋତ୍ତର କାମନା କରିଛନ୍ତି ।