Odiapua.com

ରାଜ୍ୟ ସିନିଅର ଟେନିକଏଟ ଦଳରେ ରାଜେଶ ଓ ନାରାୟଣ

ଭଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୪୫ତମ ଜାତୀୟ ଟେନିକଏଟ ପ୍ରତିଯୋଗିତା ପାଇଁ ଓଡ଼ିଶା ତା’ର ସିନିଅର ପୁରୁଷ ଦଳ ଘୋଷଣା ହୋଇଛି। ଏହି ଦଳରେ ଭଦ୍ରକ ଜିଲ୍ଲାର ୨ ଜଣ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଲେ ରାଜେଶ ନାୟକ ଓ ନାରାୟଣ ବେହେରା। ଓଡ଼ିଶା ଦଳ ରାଜସ୍ଥାନର ନାଗପୁର ଅଭିମୁଖେ ଯାତ୍ରା କରିଛନ୍ତି। ନାଗପୁରର ପୂର୍ଣ୍ଣିମା ବିଶ୍ୱବିଦ୍ୟାଳୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଦୁଇ ଖେଳାଳିଙ୍କୁ ଭଦ୍ରକ ଜିଲ୍ଲା ଟେନିକଏଟ ସଂଘ ସଭାପତି ଗୋଲକ ନାୟକ, କାର୍ଯ୍ୟକାରୀ ସଭାପତି ଜ୍ଞାନେନ୍ଦ୍ର ପ୍ରସାଦ ମହାନ୍ତି, ଉପସଭାପତି ଭବେଶ ଦାସ, ସୁବାସ ଦିକ୍ଷିତ, ସନ୍ଧ୍ୟାରାଣି ପାଣିଗ୍ରାହୀ, ମନୋରଂଜନ ପାତ୍ର, ରାଜେଶ ଦାସ, ରାଜତିଲକ ସ୍ୱାଇଁ, କୋଷାଧ୍ୟକ୍ଷ ଚନ୍ଦନ ଦେ, ସମ୍ପାଦକ ମନୋଜ କୁମାର ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।