Odiapua.com

ରାଜ୍ୟ ସାରା ବି ଜେ ଡି ଦଳର ଜୁମଆପ ଜରିଆରେ ଜନ ସଚେତନତା କାର୍ଯ୍ୟଆରମ୍ଭ ହେବ

ବଲାଙ୍ଗୀର, ୦୨-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ରାଜ୍ୟସାରା ବିଜେଡ଼ି ଦଳର ଜନ ସଚେତନତା କାର୍ଯ୍ୟକ୍ରମ ରାଜ୍ୟ ସାରା ଆରମ୍ଭ ହେବାକୁ ଯାଉଛି। ଆଜି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଜୁମ୍ ଆପ ମାଧ୍ୟ୍ୟମରେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଇଁତଳା ବ୍ଳକର ଜୋନ ସ୍ତରୀୟ ଦଳୀୟ କର୍ମୀମାନଙ୍କ ସହିତ ଜନ ସଚେତନତା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଅକ୍ଟୋବର ୦୨ ତାରିଖରୁ ନଭେମ୍ବର ୦୨ ତାରିଖ ପର୍ୟ୍ୟନ୍ତ ରାଜ୍ୟବ୍ୟାପୀ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବ। ବିଜୁ ଜନତା ଦଳ ତରଫରୁ ଏକମାସ ଧରି ମାସ୍କ ବଣ୍ଟନ ଏବଂ କରୋନା ଭାଇରସ ସଂକ୍ରମଣ ବିଷୟରେ ସଚେତନ କରିବାକୁ କହିଥିଲେ। ପଞ୍ଚାୟତ ସ୍ତରରେ ପ୍ଲାଜମା ଦାନ କରି ଜୀବନ ରକ୍ଷା କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ କହିଥିଲେ ଓ ପଞ୍ଚାୟତ ସ୍ତରରେ ବିଭିନ୍ନ ସମସ୍ୟା ସମାଧାନ ସମ୍ବନ୍ଧରେ ଆଲୋଚନା କରିଥିଲେ।