Odiapua.com

ରାଜ୍ୟ ସରକାରମାନଙ୍କୁ ଦୁଇଟି କିସ୍ତିରେ ୧, ୧୬, ୬୬୫.୭୫ କୋଟି ଟଙ୍କାର ଟିକସ ହସ୍ତାନ୍ତର କଲେ କେନ୍ଦ୍ର ସରକାର : ଓଡ଼ିଶା ପାଇଲା ୫, ୨୮୨.୮୬ କୋଟି ଟଙ୍କାର ଟିକସ ଭାଗ

– ସ୍ୱାଭାବିକ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮, ୩୩୨.୮୬ କୋଟି ଟଙ୍କା ତୁଳନାରେ ରାଜ୍ୟମାନଙ୍କୁ ମିଳିଲା ଅଧିକ ଅର୍ଥରାଶି

ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) ରାଜ୍ୟ ସରକାରମାନଙ୍କୁ ଟିକସ ହସ୍ତାନ୍ତର (ଡିଭୋଲ୍ୟୁସନ)ର ଦୁଇଟି କିସ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର। ସ୍ୱାଭାବିକ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮, ୩୩୨.୮୬ କୋଟି ଟଙ୍କା ତୁଳନାରେ ୧୦ ଅଗଷ୍ଟ, ୨୦୨୨ରେ କେନ୍ଦ୍ର ସରକାର ୧, ୧୬, ୬୬୫.୭୫ କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ଭାଗ ରାଜ୍ୟମାନଙ୍କୁ ଯୋଗାଇ ଦେଇଛନ୍ତି। ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଠାରୁ ୫, ୨୮୨.୮୬ କୋଟି ଟଙ୍କାର ଟିକସ ଭାଗ ମିଳିଛି।

ପୁଞ୍ଜି ଏବଂ ବିକାଶମୂଳକ ବ୍ୟୟକୁ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟମାନଙ୍କର କ୍ଷମତା ବୃଦ୍ଧି ସକାଶେ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଅନୁରୂପ ଅଧିକ ପରିମାଣର ଟିକସ ଡିଭୋଲ୍ୟୁସନ ରାଜ୍ୟମାନଙ୍କୁ ଜାରି କରାଯାଇଛି।

ବିଭିନ୍ନ ରାଜ୍ୟକୁ ଜାରି କରାଯାଇଥିବା ଟିକସ ପରିମାଣ ନିମ୍ନରେ ଦିଆଗଲା:

୨୦୨୨ ଅଗଷ୍ଟ ମାସ ପାଇଁ କେନ୍ଦ୍ରୀୟ ଟିକସ ଏବଂ ଶୁଳ୍କର ମୋଟ୍ପ୍ରାପ୍ତି ବା ନିଟ୍ପ୍ରୋସିଡ୍ସର ରାଜ୍ୟୱାରୀ ବିତରଣ

କ୍ରଂସଂ ରାଜ୍ୟର ନାମ ମୋଟ୍(କୋଟିରେ)

୧ ଆନ୍ଧ୍ର ପ୍ରଦେଶ ୪, ୭୨୧.୪୪

୨ ଅରୁଣାଚଳ ପ୍ରଦେଶ ୨, ୦୪୯.୮୨

୩ ଆସାମ ୩, ୬୪୯.୩୦

୪ ବିହାର ୧୧, ୭୩୪.୨୨

୫ ଛତିଶଗଡ଼ ୩, ୯୭୪.୮୨

୬ ଗୋଆ ୪୫୦.୩୨

୭ ଗୁଜରାଟ ୪, ୦୫୭.୬୪

୮ ହରିୟାଣା ୧, ୨୭୫.୧୪

୯ ହିମାଚଳ ପ୍ରଦେଶ ୯୬୮.୩୨

୧୦ ଝାଡ଼ଖଣ୍ଡ ୩, ୮୫୮.୧୨

୧୧ କର୍ଣ୍ଣାଟକ ୪, ୨୫୪.୮୨

୧୨ କେରଳ ୨, ୨୪୫.୮୪

୧୩ ମଧ୍ୟପ୍ରଦେଶ ୯, ୧୫୮.୨୪

୧୪ ମହାରାଷ୍ଟ୍ର ୭, ୩୬୯.୭୬

୧୫ ମଣିପୁର ୮୩୫.୩୪

୧୬ ମେଘାଳୟ ୮୯୪.୮୪

୧୭ ମିଜୋରାମ ୫୮୩.୩୪

୧୮ ନାଗାଲାଣ୍ଡ ୬୬୩.୮୨

୧୯ ଓଡ଼ିଶା ୫, ୨୮୨.୬୨

୨୦ ପଞ୍ଜାବ ୨, ୧୦୮.୧୬

୨୧ ରାଜସ୍ଥାନ ୭, ୦୩୦.୨୮

୨୨ ସିକ୍କିମ ୪୫୨.୬୮

୨୩ ତାମିଲନାଡ଼ୁ ୪, ୭୫୮.୭୮

୨୪ ତେଲଙ୍ଗାନା ୨, ୪୫୨.୩୨

୨୫ ତ୍ରିପୁରା ୮୨୬

୨୬ ଉତ୍ତର ପ୍ରଦେଶ ୨୦, ୯୨୮.୬୨

୨୭ ଉତ୍ତରାଖଣ୍ଡ ୧, ୩୦୪.୩୬

୨୮ ପଶ୍ଚିମବଙ୍ଗ ୮, ୭୭୬.୭୬

ମୋଟ ୧, ୧୬, ୬୬୫.୭୨