Odiapua.com

ରାଜ୍ୟ ସରକାରଙ୍କ ୫-ଟି ସଂସ୍କାର ମନ୍ତ୍ର;ରାଜ୍ୟରେ ବେଆଇନ ଶ୍ରମିକ ଚାଲାଣରେ ଲିପ୍ତ ଥିବା ୪୧ ଜଣ ମଧ୍ୟସ୍ଥି ଓ ଦଲାଲ ଗିରଫ

ଭୁବନେଶ୍ୱର/କଟକ୧୨ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ବେଆଇନ ମାନବ ଚାଲାଣ ବିରୁଦ୍ଧରେ ଓଡିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ରାଜ୍ୟ ସରକାରଙ୍କ ୫-ଟି ସଂସ୍କାର ମନ୍ତ୍ରର ଅଂଶ ବିଶେଷ ଅଟେ ଯାହାକି ମାନବ ଚାଲାଣରେ ଲିପ୍ତ ଥିବା ଦଲାଲଙ୍କ ଶୋଷଣରୁ ରକ୍ଷା କରି ସାଧାରଣ ଲୋକଙ୍କ ଜୀବନ ଶୈଳିରେ ପରିବର୍ତ୍ତନ ଆଣିବା ଲକ୍ଷରେ ଆରମ୍ଭ କରାଯାଇଛି । ଶ୍ରମିକ ଚାଲାଣରେ ଲିପ୍ତ ଥିବା ଏହି ଦଲାଲ ମାନଙ୍କ ବିରୁଦ୍ଧରେ ପୋଲିସର ଏହି ସ୍ୱତନ୍ତ୍ର ଅଭିଯାନ ଭବିଷ୍ୟତରେ ମଧ୍ୟ ଜାରି ରହିବ ବୋଲି ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଶର୍ମା ସ୍ପଷ୍ଟ କରିଛନ୍ତି  ଶ୍ରୀଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଏବଂ ନୂଆପଡା ଜିଲ୍ଲାରେ ଗତ ଦୁଇ ଦିନରେ ପ୍ରଥମ ଥର ପାଇଁ ପୋଲିସ ପକ୍ଷରୁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ବେଆଇନ ଶ୍ରମିକ ଚାଲାଣରେ ଲିପ୍ତ ଥିବା  ମଧ୍ୟସ୍ଥି ଓ ଦଲାଲ ମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଏକକାଳୀନ ଅଭିଯାନ ଆରମ୍ଭ କରାଯାଇଥିଲା । ଆପାତଃ ପ୍ରମାଣ ଆଧାରରେ ଏହି ମଧ୍ୟସ୍ଥି ଓ ଦଲାଲ ମାନଙ୍କୁ ଚିହ୍ନଟ କରିବା ପାଇଁ ବଲାଙ୍ଗୀର  ଓ ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା । ସେହି ଚିହ୍ନଟ ଆଧାରରେ ବେଆଇନ ଶ୍ରମିକ ଚାଲାଣରେ ଲିପ୍ତ ଥିବା ୪୧ ଜଣ ଦଲାଲଙ୍କୁ ଉପରୋକ୍ତ ଦୁଇଟି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ପୋଲିସ ଦ୍ୱାରା ଗିରଫ କରାଯାଇଛି ।
ବଲାଙ୍ଗୀର                                                    ନୂଆପଡା
ଥାନା              ଗିରଫ ବ୍ୟକ୍ତି                       ଥାନା                    ଗିରଫ ବ୍ୟକ୍ତି
କଣ୍ଟାବାଞ୍ଝୀ             ୮                             ବେଲଟୁକୁରି                    ୩
ତୁରେଇକେଲା         ୬                              ଜଙ୍କ                           ୫
ବେଲପଡା             ୫                              କୋମନା                      ୨
ଖଫ୍ରାଖୋଲ           ୪                              ଖରିଆର                       ୩
ଲାଠୋର              ୨                              ବୋଡେନ                      ୧
—-                             ସିନାପାଲି                      ୨
ମୋଟ ୨୫                                                            ——
ମୋଟ ୧୬
ସର୍ବମୋଟ ୨୫ + ୧୬ = ୪୧
ଏହି ଅଭିଯୁକ୍ତ ମାନଙ୍କୁ ୧୫ ଟି ଏଫ୍.ଆଇ.ଆର ଆଧାରରେ ଗିରଫ କରାଯାଇଛି । ସେଥିମଧ୍ୟରୁ ବଲାଙ୍ଗୀର ଜିଲ୍ଲାରେ ୯ ଟି ଏବଂ ନୂଆପଡା ଜିଲ୍ଲାରେ ୬ ଟି ଏଫ୍.ଆଇ.ଆର ରୁଜୁ କରାଯାଇଛି । ଏହି ଅଫ୍.ଆଇ.ଆର ସବୁ ଭାରତୀୟ ଦଣ୍ତବିଧି ଆଇନର ଧାରା ୧୨୦(ବି) / ୩୭୦ (୨) ଓ (୩) /୪୧୭ / ୩୪ ଅନୁସାରେ ପଞ୍ଜୀକୃତ କରାଯାଇଛି । ଏହି ଅଭିଯୁକ୍ତ ମାନଙ୍କୁ ମାନ୍ୟବର କୋର୍ଟକୁ ପଠାଯିବାର ବ୍ୟବସ୍ଥା କରାଯାଉଛି । ମାନ୍ୟବର କୋର୍ଟଙ୍କ ଅନୁମତି କ୍ରମେ କିଛି ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ତ ରେ ଆଣି ଅଧିକ ପଚରାଉଚୁରା କରିବ । ଏହି ଗିରଫ ଦଲାଲ ମାନଙ୍କ ସହ ରାଜ୍ୟ ଭିତରେ କିମ୍ୱା ରାଜ୍ୟ ବାହାରେ ଯଦି ଆଉ କିଛି ଦଲାଲ ମାନଙ୍କ ସଂପୃକ୍ତି ଥାଏ ସେ ବାବଦରେ ଅଧିକ ତଦନ୍ତ ଜାରି ରହିବ ଏବଂ ଆପାତଃ ପ୍ରମାଣ ଆଧାରରେ ଅଧିକ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯିବାର ସମ୍ଭାବନା ରହିଛି ।