Odiapua.com

ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ପୁନଃ ଥଇଥାନ କେନ୍ଦ୍ରର ମୁଖ୍ୟ ପରିଚାଳିକାଙ୍କ କେନ୍ଦ୍ରାପଡା ଜିଲ୍ଲା ଗସ୍ତ

କେନ୍ଦ୍ରାପଡା, ୨୪/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ ଚାଲିଥିବା ଭିନ୍ନକ୍ଷମମାନଙ୍କ ପାଇଁ ପୁନଃ ଥଇଥାନ କେନ୍ଦ୍ରର ମୁଖ୍ୟ ପରିଚାଳିକା ପ୍ରତିମା ଦାସ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ଏଠାରେ ପହଁଚିବା ପରେ ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ବର୍ତ୍ତମାନ ଜିଲ୍ଲାର ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିଲେ ମଧ୍ୟ ବିଭାଗ ଅଧିନରେ ଚାଲିଥିବା ପୈାରସଂସ୍ଥା ଦୃଷ୍ଟି ବାଧିତ ବିଦ୍ୟାଳୟକୁ ପରିଦର୍ଶନକରି ବିଦ୍ୟାଳୟର ନଥିପତ୍ରକୁ ତନଖି କରିବା ସହ ପରିବେଶ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ନିର୍ମିତ ସେନସରିଂ ପାର୍କ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ। ଅନ୍ୟ ଜିଲ୍ଲା ଗୁଡିକରେ ଥିବା ଦୃଷ୍ଟି ବିଧିତ ପିଲାମାନଙ୍କୁ ଏଠାରେ ନାମ ଲେଖାଇବା ପାଇଁ ପ୍ରେରଣା ଦେବେ ବୋଲି କହିଥିଲେ। ପୁନର୍ବାସ ଅନୁଷ୍ଠାନ ପକ୍ଷରୁ ମାଧପୁରରେ ଚାଲିଥିବା ଫିଜୋଥେରାପି କେନ୍ଦ୍ର ପରିଦର୍ଶନକରି ସେହି କେନ୍ଦ୍ରକୁ ଅଧିକ ପିଲାମାନଙ୍କ ପାଇଁ ମଞ୍ଜୁରୀ କରିବେ ବୋଲି ସୁପାରିଶ କରିବେ ବୋଲି କହିଥିଲେ। ଜିଲ୍ଲାରେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଚାଲିଥିବା ସ୍ୱତନ୍ତ୍ର ବିଦ୍ୟାଳୟର ସ୍ଥିତି, ଭିନ୍ନକ୍ଷମ ଭତ୍ତା, ରାସନକାର୍ଡ, ବାଣୀଶ୍ରୀ ଶିକ୍ଷାବୃତ୍ତି, ଭିନ୍ନକ୍ଷମ ପିତାମାତାଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ବୃତ୍ତି, ଭିନ୍ନକ୍ଷମଙ୍କୁ ସାଧାରଣ ବ୍ୟକ୍ତି ବିବାହ କଲେ ପ୍ରୋତ୍ସାହନରାଶି, ଭିନ୍ନକ୍ଷମ ଚିହ୍ନଟ ଓ ବଂଟନ କରାଯାଉଥିବା ସହାୟକ ଉପକରଣ, କମ ସୁଧ ହାରରେ ଋଣ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଓ ଆଧାର ସିଡିଂ ପ୍ରଭୃତି କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିବା ସହ ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ, ଦୃଷ୍ଟିବାଧିତ ବିଦ୍ୟାଳୟର କର୍ମଚାରୀ ଓ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସମୀକ୍ଷାରେ ସହଯୋଗ କରିଥିଲେ।