Odiapua.com

ରାଜ୍ୟ ସରକାରଙ୍କ ଦ୍ଵାରା ଜାରି ରାସନ କାର୍ଡ ଥିବା ଅଣ ଖାଦ୍ୟସୁରକ୍ଷା ଯୋଜନା ହିତାଧିକାରୀମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ସାରା ଦେଶର ସମସ୍ତ ହିତାଧିକାରୀମାନଙ୍କୁ କିଲୋ ପ୍ରତି ୨୧ ଟଙ୍କା ଦରରେ ଗହମ ଏବଂ ୨୨ ଟଙ୍କା ଦରରେ ଚାଉଳ ତିନି ମାସ ପାଇଁ ମୁଣ୍ଡପିଛା ୫ କି.ଗ୍ରା ଲେଖାଏଁ ଯୋଗାଇ ଦେବା ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଖାଦ୍ୟଶସ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଥିବା ରାଜ୍ୟ ସରକାରଙ୍କ ରାସନକାର୍ଡଧାରୀ ହିତାଧିକାରୀମାନେ ପାଇପାରିବେ। ଏଥିପାଇଁ ନିଜ ଭାଗର ଷ୍ଟକ ଏକକାଳୀନ ଏବଂ ମାସିକ ଆଧାରରେ ଜୁନ ୨୦୨୦ ପର୍ଯ୍ୟନ୍ତ ତିନି ମାସ ପାଇଁ ଉଠାଇ ନେବାକୁ ରାଜ୍ୟଗୁଡ଼ିକୁ ବିକଳ୍ପ ଦିଆଯାଇଛି।