Odiapua.com

ରାଜ୍ୟ ସରକାରଙ୍କ ଚାଷୀମାରଣ ନିତୀ ଓ ମିଥ୍ୟାଷୋଷଣା ବିରୁଦ୍ଧରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆମରଣ ଅନସନ ରେ ବସିଲେ ପୁର୍ବତନ ବାଚସ୍ପତି

ମାଲକାନଗିରି,୧୪ା୧ (ଓଡିଆ ପୁଅ )   ରାଜ୍ୟସରକାରଙ୍କ ଚାଷୀମାରଣ ନିତୀ,ମିଥ୍ୟଘୋଷଣା ବିରୁଦ୍ଧରେ ଓ ମାଲକାନଗିରି ଜିଲ୍ଲାରେ ଲାଗିରହିଥିବା ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ପୁର୍ବତନ ବାଚସ୍ପତି ପ୍ରହ୍ଲାଦ ଦୋରା । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ସାତଟି ବ୍ଲକ ଓ ୧୧୧ଟି ପଚାଂୟତର ଚାଷୀମାନଙ୍କ ପାଇଁ ମାତ୍ର ୬୨ଟି ଧାନମଣ୍ଡି ଖୋଲାଯାଇଛି । ତିନିଦିନ ଭିତିରେ ଧାନବିକ୍ରୀ ଟଙ୍କା ଚାଷୀଙ୍କ ପାସବୁକରେ ଜମା ହୋଇଯିବ ବୋଲି ସରକାରଙ୍କ ନିଦେ୍ର୍ଦଶ ଥିବାବେଳେ ଚାଷୀଙ୍କୁ ଟଙ୍କା ମିଳିବା କଥା ଦୁରେ ଥାଉ ଧାନମଣ୍ଡିରୁ ୩୦ଦିନ ଭିତରେ ସେମାନଙ୍କ ଧାନ ଉଠାଯାଉନାହିଁ, ଗରିବ ଚାଷୀ ଦୂରଦାରନ୍ତରୁ ଆସି ଶୀତକାକରରେ ମଣ୍ଡିରେ ଧାନଜଗିରହୁଛନ୍ତି । ରାଜ୍ୟସରକାର ଓ ଜିଲ୍ଲାପ୍ରଶାନର ଚାଷୀ ମାରଣ ନିତିକୁ ବିରୋଧକରି ଆଜି ୧୨ଟା ଠାରୁ ପୁବ ର୍ତନ ବାଚସ୍ପତି ତଥା ମାଲକାନଗିରି ଜିଲ୍ଲାର ବରିଷ୍ଟ ଭାଜପା ନେତା ପ୍ରହ୍ଲାଦଦୋରା ମାଲକାନଗିରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କେହି ପ୍ରଶାସନିକ ଅଧିକାରୀ ତାଙ୍କ ନିକଟରେ ନ ପହଁଚିବାରୁ ସେ ବାଧ୍ୟହୋଇ ସନ୍ଧ୍ୟା ୫ଟା ଠାରୁ ଆମରଣ ଅନଶନ ଆରମ୍ଭ କରିଦେଇଛନ୍ତି ।ତୁରନ୍ତ ଜିଲ୍ଲାପ୍ରଶାସନ ମଣ୍ଡିରୁ ପ୍ରତି ସପ୍ତାହରେେ ଚାଷୀମାନଙ୍କ ଧାନ ଉଠାଇ ତନିଦିନ ମଧ୍ୟରେ ସେମାନଙ୍କ ପା୍ରପ୍ୟ ଦେବା,ଗରିବ ଚାଷୀ ମାନଙ୍କ ସୁବିଧା ପାଇଁ ୧୧୧ଟି ପଚାଂୟତରେ ଧାନମଣ୍ଡି ଓ କୃଷି କାର୍ଯ୍ୟାଳୟ ଖୋଲିବା ପାଇଁ ଶ୍ରୀ ଦୋରା ଜିଲ୍ଲାପାଳଙ୍କ ନିକଟରେ ଦାବିଜଣାଇ ଛନ୍ତି । ଶ୍ରୀ ଦୋରାଙ୍କ ସହିତ ବରିଷ୍ଟ ଭାଜପା ନେତା ଡ.କାମରାଜ କବାସୀ, ଶିବଦୁରୁଆ,କୁଷତାଟି,ନରସିଂହ ଚାଲାଣ,କମୁଳୁନାୟକ,ଡମ୍ବରୁଧର ପୁଜାରି,ବିଜୟ ଲକ୍ଷମ୍ି ଭୂମିୟା ପ୍ରମୁଖ ଶ୍ରୀ ଦୋରାଙ୍କ ସହିତ ଧାରଣାରେ ବସିଛନ୍ତି ।ସମ୍ବାଦ ଲେଖା ହେବାପ ର୍ଯ୍ୟନ୍ତ  କେହି ପ୍ରଶାସନିକ ଅଧିକାରୀ ଅନସନସ୍ଥଳକୁ ଯାଇ ନଥିବାରୁ ପୁବ ର୍ତନ ବାଚସ୍ପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟେଟଂ ମାରି ଶୀତକାକରରେ ରାତ୍ରରେ ଧାରଣାରେ ବସିଥିବାର ଜଣାପଡିଛି ।