Odiapua.com

ରାଜ୍ୟ ସରକାରଙ୍କ ଅପାରଗତା ଚାଷୀଙ୍କ ଧାନ ସଂଗ୍ରହରେ ଅନ୍ତରାୟ: ବିଜେପି

ବାଲେଶ୍ୱର, ୮ା୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲା ସମେତ ରାଜ୍ୟରେ ଧାନ ସଂଗ୍ରହରେ ଦେଖା ଦେଇଥିବା ଅନିୟମିତତା ବିରୋଧରେ ମୁହଁ ଖୋଲିଛି ବିଜେପି। ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସମ୍ପ୍ରତି ଓଡ଼ିଶାର ଚାଷୀ ଧାନ ବିକ୍ରି କରିପାରୁ ନଥିବା ବିଜେପି ନେତାମାନେ ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ପ୍ରତିବର୍ଷ ଅକ୍ଟୋବର ମାସ ପୂର୍ବରୁ ଜିଲ।।ସ୍ତରୀୟ ଧାନସଂଗ୍ରହ କମିଟି ବୈଠକରେ ଏକର ପିଛା ଧାନ ପରିମାଣ ଧାର୍ଯ୍ୟ ହୋଇଥାଏ। ବାଲେଶ୍ୱର ଜିଲାରେ ଏକର ପିଛା ୨୦ ରୁ ୨୫ କ୍ୱିଌକ୍ଷଗ୍ଧ;ାଲଧାନ ଉତ୍ପାଦିତ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲା କମିଟି ବୈଠକରେ ମାତ୍ର ଏକର ପିଛା ୧୩ ରୁ ୧୯ କ୍ୱିଌକ୍ଷଗ୍ଧ;ାଲ ଧାନ ସଂଗ୍ରହ ପାଇଁ ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ନେତାମାନେ ଆରୋପ କରିଛନ୍ତି। ଏହାର ଫଳ ସ୍ୱରୂପ ଚାଷୀମାନେ ନିଜର ବଳକା ଧାନ କ୍ଷେତ୍ରରେ ଅଭାବୀ ବିକ୍ରିୟର ଶିକାର ହେଉଛନ୍ତି। ଅନ୍ୟପକ୍ଷରେ ସେବା ସମବାୟ ସମିତି କର୍ମକର୍ତ୍ତାଙ୍କ ଦୂରଭିସନ୍ଧି ଚାଷୀଙ୍କ ଧାନ ସଂଗ୍ରହରେ ଅନ୍ୟ ଏକ ସମସ୍ୟା ହୋଇଛି। ଆଦୌ ଚାଷ କରୁନଥିବା ବଡ଼ ବଡ଼ ଚାଷୀମାନଙ୍କ ଜମି ପଟ୍ଟାକୁ ଅସାଧୁ ଉପାୟରେ ନିଜ ସମ୍ପର୍କୀୟଙ୍କ ନାମରେ ପଞ୍ଜୀକୃତ କରାଇ ମାଲେମାଲ ହେଉଛନ୍ତି। ସେହିଭଳି ବିଭିନ୍ନ ଆଳ ଦେଖାଇ ସମବାୟ ସମିତି କର୍ମକର୍ତ୍ତା କ୍ୱିଌକ୍ଷଗ୍ଧ;ାଲ ପିଛା ୮ ରୁ ୧୦ କେଜି ଧାନ କାଟି ଚାଷୀଙ୍କୁ ଶୋଷଣ ଚାଲିଥିବା ବିଜେପି ପକ୍ଷରୁ ଅଭିଯୋଗ କରିଛନ୍ତି। ମଣ୍ଡିଗୁଡିକର କାର୍ଯ୍ୟ ପ୍ରକ୍ରିୟାରେ ସୁଧାର ଆଣିବା ପାଇଁ ଧାନକିଣା ମୂଲ୍ୟର ୨ ପ୍ରତିଶତ ବ୍ୟୟ ପାଇଁ ନିୟମ ଥିବା ବେଳେ ତାହା ନ ହୋଇ ସେହି ଅର୍ଥ କେବଳ ଆତ୍ମସାତ କରାଯାଉଛି ବୋଲି ବିଜେପି କର୍ମକର୍ତ୍ତାମାନେ କହିଛନ୍ତି। ଚାଷୀଙ୍କୁ ସାର ଯୋଗାଣରେ ସରକାରଙ୍କ ବିଫଳତା ମଧ୍ୟ ପ୍ରମାଣିତ ହେବାରେ ଲାଗିଛି। ମାତ୍ର ଶାସକ ଦଳର ଦୋଷ ଓ ଅପାରଗତାକୁ ଲୁଚାଇବାକୁ ଜିଲାର ବରିଷ୍ଟ ରାଜନେତା ତଥା ପୂର୍ବତନ ବିଧାୟକ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଛନ୍ତି। ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ମାନସ କୁମାର ଦତ୍ତ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ଶୋଭନା ମହାନ୍ତି, ଅଂଶୁମାନ ମହାନ୍ତି ଓ ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।