Odiapua.com

ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମାଙ୍କ ଦ୍ୱାରା ବାଳାଶ୍ରମର ଅନାଥ ପିଲାମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ପୁରୀ ୨୭-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସଦର ବ୍ଲକ କେରାଣ୍ଡି ପୁର ପଂଚାୟତ ସ୍ଥିତ ଦ୍ରୌପଦୀ ମହିଳା ସମିତି ଦ୍ୱାରା ପରିଚାଳିତ ଓଁ ସାଇ ବାଳାଶ୍ରମର ଅନାଥ ପିଲାମାନଙ୍କୁ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ସୋମବାର କରୋନା ମୁକାବିଲା ସ୍ୱରୂପ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି। ଏହି ଅବସରରେ ଉକ୍ତ ସଂସ୍ଥା ମୁଖ୍ୟ ନରସିଂହ ହୋତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏଭଳି କଠିନ ସମୟରେ ଯଦି ଏହି ଅନାଥ ପିଲାମାନଙ୍କ ଲାଗି କିଛି ଆବଶ୍ୟକତା ପଡେ ତାହା ଯୋଗାଇ ଦେବାକୁ ନିର୍ଭରଯୋଗ୍ୟ ପ୍ରତିଶୃତି ଦେଇଛନ୍ତି।