Odiapua.com

ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ହେଲେ ବଳରାମ ରାଉତ

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି ଯୁବନେତା ବଳରାମ ରାଉତ। ଯୁବ କଂଗ୍ରେସର ଜାତୀୟ ସଭାପତି ଶ୍ରୀନିବାସ ବି.ଭି., ଜାତୀୟ ପ୍ରଭାରୀ କ୍ରିଷ୍ଣା ଆଲୁୱାରିଜୀଙ୍କ ଅନୁମୋଦନ କ୍ରମେ ଯୁବ କଂଗ୍ରେସର ଜାତୀୟ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଏମ.ଡି.ରିୟାଜ ଅନସାରୀ ଓଡିଶା ଯୁବ କଂଗ୍ରେସର କର୍ମକର୍ତା ତାଲିକା ଘୋଷଣା କରିଛନ୍ତି। ଏହି ତାଲିକାରେ ଭଦ୍ରକର ଯୁବ ନେତା ବଳରାମ ରାଉତ (ଚିଲିକା) ସ୍ଥାନିତ ହୋଇଛନ୍ତି। ଶ୍ରୀ ରାଉତ ଛାତ୍ର ରାଜନୀତିରୁ କଂଗ୍ରେସ ସହିତ ଜଡିତ ଅଛନ୍ତି। ପୂର୍ବରୁ ଛାତ୍ର କଂଗ୍ରେସର ଜିଲ୍ଲା ସଭାପତି ମଧ୍ୟ ଥିଲେ। ସେ ମଧ୍ୟ ୨୦୧୭ ପଞ୍ଚାୟତ ନିର୍ବାଚନରେ ୨୫ ନଂ ଜୋନରୁ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀ ଥିଲେ। ପ୍ରଦେଶ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ନିଯୁକ୍ତି ପରେ ଶ୍ରୀ ରାଉତ ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ, ବିଧାୟକ ମହମ୍ମଦ ମୋକିମ, ପୂର୍ବ ବିଧାୟକ ନରେନ ପଲେଇ, ଯୁବନେତା ଶୁଭେନ୍ଦୁ ରାୟ ମହାପାତ୍ର, ସତ୍ୟାନନ୍ଦ ରାଉତ, ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା, ରାଜ୍ୟ ଉପସଭାପତି ମହମ୍ମଦ ଅଲିମ, ନିରଂଜନ ନାୟକ, ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ସମେତ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି।