Odiapua.com

ରାଜ୍ୟ ମା’ ଘର ଫାଉଣ୍ଡେସନ ନାମରେ ଅଭିଯୋଗ ଆଣିଲେ ମାଲକାନଗିରି ଜିଲ୍ଲା ମା’ ଘର ସୁରକ୍ଷା ସେନା

ମାଲକାନଗିରି, ୩୧-୧ (ଓଡିଆ ପୁଅ) ରାଜ୍ୟ ମା’ ଘର ଫାଉଣ୍ଡେସନ ଓ ମାଲକାନଗିରି ଜିଲ୍ଲା ମା’ ଘର ସୁରକ୍ଷା ସେନା ମଧ୍ୟରେ ଲାଗିରହିଥିବା ବିବାଦ ଥମିବାକୁ ନା ଧରୁ ନହିଁ, ଉଭୟ ସଂଗଠନ ଦିନକୁ ଦିନ ବିବାଦ ଘେରମଧ୍ୟକୁ ଟାଣି ହୋଇ ଯାଉଛନ୍ତି। ଉଭୟ ସଂଗଠନ ମଧ୍ୟରେ କାଦୁଅ ଫିଙ୍ଗା ଚାଲିଥିବାର ଦେଖିବାକୁ ମିଳୁଛି। ରାଜ୍ୟ ମା ଘର ଫାଉଣ୍ଡେସନ ଲେଖା ଥିବା ଏକ ପ୍ୟାଡରେ କୋରାପୁଟ, ନବରଙ୍ଗପୁର, କଟକ, ବାଲେଶ୍ୱର, ବୈପାରିଗୁଡା ମା’ ଘର ଶାଖାର କର୍ମକର୍ତ୍ତାମାନେ ମାଲକାନଗରି ଜିଲ୍ଲା ମା ଘର ସୁରକ୍ଷା ସେନା କୁ ଏକ ଚିଠି ପଠାଇଛନ୍ତି, ସେହି ଚିଠିରେ ମାଲକାନଗିରି ମା’ ଘର ସୁରକ୍ଷାସେନାର ସଭାପତି, ସଂପାଦିକା ଓ କତର୍ମକର୍ତ୍ତାମାନଙ୍କୁ ବିଭିନ୍ନ ସମାଲୋଚନା କରିବା ସହିତ ନକଲି ସଂସ୍ଥା ବୋଲି ଲେଖା ଅଛି। ଏହି ଚିଠି ପାଇବା ପରେ ଆଜି ମାଲକାନଗିରି ମା’ ଘର ସୁରକ୍ଷା ସେନା ସଭାଗୃହରେ ସଭାନେତ୍ରୀ ପ୍ରଶାନ୍ତି ଲତା ବିଶୋୟୀ ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ରାଜ୍ୟ ମା ଘର ସୁରକ୍ଷା ସେନାର ସଭାନେତ୍ରୀ ମମତା ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଉପସଭାନେତ୍ରୀ ବିଷ୍ଣୁପ୍ରୀୟା ସାହୁ, ସହ ସଂପାଦିକା ସୂର୍ଯ୍ୟମିତା ସ୍ୱାଇଁ, ଗୀତାଜଂଳୀ ମହାପାତ୍ର ଯୋଗଦେଇ ରାଜ୍ୟ ମା’ ଘର ଫାଉଣ୍ଡେସନର ଅଭିଯୋଗ ପତ୍ରକୁ ଖଣ୍ଡନ କରିବା ସହିତ ସେମାନେ ମା ଘର ନାମରେ ଚାନ୍ଦା ଆଦାୟ କରିବାସହ ମହିଳାମାନଙ୍କୁ ନ୍ୟାୟ ଦେବା ବଦଳରେ ସେମାନଙ୍କୁ ଶୋଷଣ କରୁଥିବାର ଅଭିଯୋଗ କରିଛନ୍ତି, ବିଶେଷ କରି ରାଜ୍ୟ ମା ଘର ଫାଉଣ୍ଡେସନର ଅଧ୍ୟକ୍ଷାଙ୍କ ନାମରେ ସଙ୍ଗୀନ ଅଭିଯୋଗ କରିବା ସହି ତାଙ୍କୁ ପ୍ରେସ ନୋଟ ମାଧ୍ୟମରେ ୧୦ ଦଫା ସମ୍ବଳିତ ପ୍ରଶ୍ନ ପଚାରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ୍ୟମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା ମା’ ଘରର ରିନା ନାୟକ, ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ବାସନ୍ତି ମହାରଣା, ଜିଲ୍ଲା ସଂପାଦିକା ଦୁଲାଲ ଥଣ୍ଡରଙ୍କ ସହିତ ଜିଲ୍ଲାର ବିଭିନ୍ନ ବ୍ଲକର ମା ଘର ସୁରକ୍ଷା ସେନାର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ। ରାଜ୍ୟ ମା’ ଘର ଅଧ୍ୟକ୍ଷା ଋତୁପୂର୍ଣ୍ଣା ମହାନ୍ତି ଓ ଅନ୍ୟାନ୍ୟ ଜିଲ୍ଲାର କର୍ମକର୍ତ୍ତାମାନେ ଦେଇଥିବା ବୃତିକୁ ଖଣ୍ଡନକରି ମା’ ଘର ସୁରକ୍ଷା ସେନାର ସଭାନେତ୍ରୀ ପ୍ରସାନ୍ତି ଲତା ବିଷୋୟୀ କହିଛନ୍ତି ରାଜ୍ୟ ମା ଘର ଆମକୁ ବ୍ୟବହାର କରି ଫାଇଦା ନେଉଥିଲେ। ସେମାନେ ଆମ ସୁଖ ଦୁଃଖରେ ସାମିଲ ହେଉନଥିଲେ। ତେଣୁ ଆମେ ଶାନ୍ତିସେନା ବଦଳରେ ସୁରକ୍ଷା ସେନା ଗଠନ କରି ପିଡିତା ମହିଳା ଓ ଶିଶୁ ମାନଙ୍କ ପାଇଁ କାମ କରିଆସୁଛୁ। ଆମେ ପୁର୍ବରୁ କୌଣସି ବେଆଇନ କାର୍ଯ୍ୟ କରି ନାହୁଁ, ରାଜ୍ୟ ମା ଘର ଫାଉଣ୍ଡେସନ ଆମକୁ କୌଣସି ଆଇ କାର୍ଡ କି କାଗଜପତ୍ର ଦେଇନନଥିଲେ, ଆମେ ପ୍ରସ୍ତୁତ କରି ଥିବା ମା ଘର ଶାନ୍ତି ସେନାର ସମସ୍ତ କାଗଜପତ୍ର ତାଙ୍କ ସଂଗଠନକୁ ଫେରାଇ ଦେଇଛୁ, ଶାନ୍ତି ସେନା ବଦଳରେ ଆମେ ଏବେ ମା ଘର ସୁରକ୍ଷା ସେନା ଗଠନ କରି ମହିଳା ଓ ଗରିବ ଲୋକଙ୍କ ସେବାପାଇଁ ସଂଙ୍କଳ୍ପ ନେଇଛୁ ବୋଲି ପ୍ରେସ ନୋଟ ମାଧ୍ୟମରେ ସୂଚନା ଦେଇଛନ୍ତି।