Odiapua.com

ରାଜ୍ୟ ମହିଳା ଆୟୋଗଙ୍କ କ୍ୟାମ୍ପ କୋର୍ଟ : ୭୮ ମାମଲାରୁ ଉପସ୍ଥିତ ହେଲେ ୩୬

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ରାଜ୍ୟ ମହିଳା ଆୟୋଗଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାର ହେବାକୁ ଥିବା ୭୮ଟି ମାମଲା ମଧ୍ୟରୁ ୩୬ଟି ମାମଲାର ପକ୍ଷ ଉପସ୍ଥିତ ହୋଇଥିଲେ । ମହିଳା ଆୟୋଗ ଅଧ୍ୟକ୍ଷା ମିନତୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କୋର୍ଟରେ ଉଭୟପକ୍ଷଙ୍କ ବୁଝାମଣାରେ ୧୦ଟି ମାମଲା ଫଏସଲା ହୋଇଥିବା ବେଳେ ୫ଟି ମାମଲାର ବିଚାର ପାଇଁ ଜିଲ୍ଲା ପୁଲିସକୁ ମାମଲା ହସ୍ତାନ୍ତର କରାଯାଇଛି । ସେହିଭଳି ଜିଲ୍ଲା ମହିଳା ସୁରକ୍ଷା ଅଧିକାରିଣୀଙ୍କୁ ୨ଟି ମାମଲା, ଜିଲ୍ଳା ଆଇନସେବା ପ୍ରାଧିକରଣ ବିଭାଗକୁ ଗୋଟିଏ, ଅନ୍ୟ ବିଭାଗକୁ ୨ଟି ଓ ୧୬ଟି ମାମଲାର ପକ୍ଷଙ୍କୁ ପୁନଃହାଜର ପାଇଁ ନୋଟିସ୍ ଦିଆ ଯାଇଛି । ଆଜି ୨ଟି ନୂଆ ମାମଲା ଗ୍ରହଣ କରାଯାଇଛି । ଆଜି ହାଜର ହୋଇଥିବା ୩୬ଟି ମାମଲାର ପକ୍ଷଙ୍କ ମଧ୍ୟରୁ ଉଭୟ ପକ୍ଷ ୧୪ଟି ମାମଲାରେ, ୧୪ ମାମଲାର କେବଳ ଅଭିଯୋଗକାରୀ ଏବଂ ୪ଟି ମାମଲାର କେବଳ ବିରୋଧୀ ପକ୍ଷ ହାଜର ହୋଇଥିଲେ । ଏହି କ୍ୟାମ୍ପ କୋର୍ଟରେ ମହିଳା ଆୟୋଗଙ୍କ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି, ସ୍ୱର୍ଣ୍ଣଲତା ସାମଲ, ଜଲିନା ପ୍ରିୟଦର୍ଶନୀ, ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଏସ୍‌ପି ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ, ଉପଜିଲା୍ଲପାଳ ପୀତାମ୍ବର ସାମଲ, ଅତିରିକ୍ତ ଏସପି ଜିତେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ କୋର୍ଟ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ଅରବିନ୍ଦ ପଟ୍ଟନାୟକ, ଦେବାଶିଷ ମହାନ୍ତି, ଉମାକାନ୍ତ ସାହୁ, ଦିବାକର ବିଶ୍ୱାଳ, ତ୍ରିଲୋଚନ ନାୟକ, ଚିତ୍ତରଂଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।