ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) -ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧିନ ବିନ୍ଧାଛକରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମ୍ବର୍ଦ୍ଧନା ପାଇଁ ବିନ୍ଧା ଛକରେ ମନମୋହନ ସାମଲଙ୍କ ଏକ ବିଶାଳ ତ୍ୱରଣ ନିର୍ମାଣ କରାଯାଇଥିଲା । ବିନ୍ଧା ଛକରେ ହଜାର ହଜାର ନେତା ଓ କର୍ମୀ ଏକ ବିଶାଳ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ୍ ଅଧିନ ୯ ପଞ୍ଚାୟତର ହଜାର ହଜାର ନେତା ଓ କର୍ମୀ ସମ୍ବର୍ଦ୍ଧନା ପର୍ବରେ ଯୋଗ ଦେଇଥିଲେ । ଏଥିସହିତ ଦୋଳସାହି, ଅଲ୍ଲିନଗର, ନନ୍ଦପୁର, ତିହିଡ଼ି, ଗୋଳାପୋଖରୀ, ଫତେପୁର, କୋହ୍ଲ, କମାରିଆ, ଆରୁହା, ପୀରହାଟ ଓ ଗଦି ବଜାରରେ ମଧ୍ୟ ବହୁ ନେତା ଓ କର୍ମୀ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଥିଲେ । ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସହିତ ଗୃହନିର୍ମାଣ ଓ ନଗର ଊନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲା ସଭାପତି ଭଗବାନ ଚନ୍ଦ୍ର ପଣ୍ଡ, ବରିଷ୍ଠ ନେତା ଅଜୟ ନାୟକ, ପୂର୍ଣ୍ଣଚନ୍ଦ୍ର ପାଣି ପ୍ରମୁଖ ଉପସ୍ଥିତ ଥିଲେ । ବିନ୍ଧା ଛକରେ ଯୁବନେତା ଅଜୟ ରାଉତ, ଶଶିକାନ୍ତ ନାୟକ, ଉପେନ୍ଦ୍ର ରାଉଳ, ସରପଞ୍ଚ ଚକ୍ରଧର ଦାସ, ଅଜୟ ମହାନ୍ତି, ଯୁବନେତା ସୁବୋଧ ବଳ, ସଂଗ୍ରାମ ମହାନ୍ତି, ଅଶୋକ ରାଉତ, କମଳାକାନ୍ତ ସୂତାର, ଅଶୋକ ରାଉଳ, କିଶୋର ନାୟକ, ସନାତନ ମିଶ୍ର, ସୁବାସ ଚନ୍ଦ୍ର ସେଠୀ, ସମିତିସଭ୍ୟ ଦେବେନ୍ଦ୍ର ଦାସ, ସୌମ୍ୟରଞ୍ଜନ ସାହୁ, ପ୍ରଦୀପ ନାୟକ, ସନାତନ ସାହୁ, ମାଳତୀଲତା ସାହୁ, ତିହିଡ଼ିରେ ବରିଷ୍ଠ ବିଜେପି ନେତା ରଘୁନାଥ ପାତ୍ର, ସାଂସଦ ପ୍ରତିନିଧି ସୀତାକାନ୍ତ ନାୟକ, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ପ୍ରଦୀପ ବଳ, ସମିତିସଭ୍ୟ ଶୁକଦେବ ମଲ୍ଲିକ, ମଣ୍ଡଳ ସଭାପତି କେଶବ ବେହେରା, ଦେବବ୍ରତ ପାଢ଼ୀ, ସରୋଜ ନାୟକ, ଦୋଳସାହିରେ ତପନ ପାଢ଼ୀ, ଭରତ ସାହୁ, ସୁଧାଂଶୁ ପାଣିଗ୍ରାହୀ, ରଣଜିତ ଜେନା ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ ।