Odiapua.com

ରାଜ୍ୟ ବରିଷ୍ଠ ଟେନିସ୍ ବଲ୍ କ୍ରିକେଟ ଦଳରେ ଭଦ୍ରକ ଜିଲ୍ଲାର ୬ ମହିଳା ଖେଳାଳୀ ସ୍ଥାନ ପାଇଲେ

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାମ୍ମୁ କଶ୍ମୀରର ତାୱି ସ୍ଥିତ ଏମ.ଏ. ଷ୍ଟାଡିୟମରେ ହେଉଥିବା ଜାତୀୟ ସ୍ତରରେ ବରିଷ୍ଠ ଟେନିସ୍ ବଲ୍ କ୍ରିକେଟ ପ୍ରତିଯୋଗିତା ନିମନ୍ତେ ଘୋଷିତ ଓଡ଼ିଶା ଦଳରେ ଭଦ୍ରକର ୬ ଖେଳାଳୀ ସ୍ଥାନ ପାଇଛନ୍ତି। ସେମାନେ ହେଲେ ନମ୍ରତା ସ୍ୱାଇଁ, ଭାଗ୍ୟଶ୍ରୀ ରାଉତ, ମଧୁସ୍ମିତା ପଣ୍ଡା, ସ୍ୱପ୍ନାରାଣି ସାହୁ, ଜୟଶ୍ରୀ ଦାସ ଏବଂ ମଞ୍ଜୁଲତା ସେଠୀ। ଏହି ଖେଳାଳୀମାନେ ଦଳ ସହ ଜମ୍ମୁ ଯାତ୍ରା କରିଛନ୍ତି। ତାଙ୍କର ସଫଳତା କାମନା କରି ଜିଲ୍ଲା ଟେନିସ ବଲ୍ କ୍ରିକେଟ ସଂଘର ସମ୍ପାଦକ ଦେବବ୍ରତ ଜେନା, ସଦସ୍ୟ ଜ୍ଞାନେନ୍ଦ୍ର ମହାନ୍ତି, ତପନ ନାୟକ, ଗୋଲକ ନାୟକ, ମୃତ୍ୟୁଞ୍ଜୟ ମହାନ୍ତି, ଜଗବନ୍ଧୁ ବେହେରା, ଗୌରହରି ମଣ୍ଡଳ, ମନୋଜ ଦାସ, ସଇଦ୍ ଖାଁ, ଚାରୁଦତ୍ତ ନାୟକ, ଲକ୍ଷ୍ମୀକାନ୍ତ ପୁହାଣ, କ୍ରୀଡା ଶିକ୍ଷକ ମନୋଜ ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।