Odiapua.com

ରାଜ୍ୟ ପାଇବ ଆଉ ୪ଟି ପ୍ଲାନେଟୋରିୟମ

ଭୁବନେଶ୍ୱର, ୦୩/୦୮(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଏବେ ରାଜ୍ୟରେ ନିର୍ମାଣ ହେବ ଆଉ ୪ଟି ପ୍ଲାନେଟୋରିୟମ । ଏନେଇ ଆଜି ସୂଚନା ପ୍ରଦାନ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ତେବେ ଗୋପାଳପୁର, ରାୟଗଡ଼ା, ବାରିପଦା, କେନ୍ଦୁଝରରେ ଏହି ପ୍ଲାନେଟୋରିୟମ ନିିର୍ମାଣ କରାଯିବ ବୋଲି ସେ କହିଛନ୍ତି ।

୪ଟି ପ୍ଲାନେଟୋରିୟମ ପାଇଁ ପାଖାପାଖି ୩୦କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏବେ ରାଜ୍ୟରେ ୨ଟି ପ୍ଲାନେଟୋରିୟମ ଥିବା ବେଳେ ଆହୁରି ଏହି ୪ଟି ସ୍ଥାନରେ ପ୍ଲାନେଟୋରିୟମ ହେବା ପାଇଁ ପ୍ରସ୍ତାବ ରହିଛି ।