Odiapua.com

ରାଜ୍ୟ କ୍ୟାବିନେଟ ରେ ୧୦ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ଵର,୨୬/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ମୋଟ ୧୦ଟି ପ୍ରସ୍ତାବରେ ମୋହର ଲାଗିଛି । ୬୦ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହକୁ ଅନୁମୋଦନ ମିଳିଛି । ଏଣିକି ୪୮ ଘଣ୍ଟା ମଧ୍ୟରେ ଚାଷୀ ପାଇବେ ଧାନ ବିକ୍ରି ଟଙ୍କା । ସରକାରୀ ଟଙ୍କା ବାକି ଥିଲେ ମିଲର କିଣି ପାରିବେନି ଧାନ । ଏଣିକି ଧାନ କିଣାରେ ନିୟୋଜିତ ହେବେ SHG ମହିଳା ।