Odiapua.com

ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି: କଳାହାଣ୍ଡି ଜିଲ୍ଲା ସାନ୍ଦୁଲ ନଦୀରେ ହେବ ବ୍ୟାରେଜ

ଭୁବନେଶ୍ୱର ୨୪-୧୨ (ଓଡ଼ିଆ ପୁଅ) ଆଜି ରାଜ୍ୟ କ୍ୟାବିନେଟରେ ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଏଥିମଧ୍ୟରୁ କଳାହାଣ୍ଡି ଜିଲ୍ଲାପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ସାନ୍ଦୁଲ ନଦୀରେ ବ୍ୟାରେଜ ନିର୍ମାଣ କରାଯିବ। ଏଥିପାଇଁ ୧୨୬ କୋଟି ୪୬ ଲକ୍ଷ ୮୨ ହଜାର ୪୯୮ ଟଙ୍କା ବ୍ୟୟ କରାଯିବ।

ଏହି ବ୍ୟାରେଜ୍ ନିର୍ମାଣ ହେଲେ ୨୯ଟି ଗାଁର ୫ ହଜାର ହେକ୍ଟର ଜମିକୁ ଜଳ ସେଚନ କରାଯାଇପାରିବ। ଏହି ବ୍ୟାରେଜର ନିର୍ମାଣ କାର୍ଯ୍ୟ ଅଢ଼େଇ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ତେବେ ଏହି ଏହି ବ୍ୟାରେଜ୍ ନିର୍ମାଣ ହେଲେ ଯେଉଁ ସବୁ ଅନେକ ଗାଁ ଉପକୃତ ହେବେ। ଏ ନେଇ ମୁଖ୍ୟ ଶାସନ ସଚିବ ଏହି ସୂଚନା ଦେଇଛନ୍ତି।