ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ହେବାକୁ ଥିବା ମୂଲ୍ୟ ସମର୍ଥନ ଯୋଜନା ଅଧୀନରେ ଡାଲି ଓ ତୈଳବୀଜ କ୍ରୟ ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି। କ୍ରୟ ଆରମ୍ଭ ହେବା ତାରିଖ ଠାରୁ ୯୦ ଦିନ ପର୍ଯ୍ୟନ୍ତ ଏହା ଚାଲିବ। କ୍ଷଣସ୍ଥାୟୀ କୃଷି ଉତ୍ପାଦ ଏବଂ ଉଦ୍ୟାନ ଫସଲ ପାଇଁ ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ କରିବା ଲାଗି ବଜାର ହସ୍ତକ୍ଷେପ ଯୋଜନାର ବିସ୍ତୃତ ବିବରଣୀ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ କେନ୍ଦ୍ର ପକ୍ଷରୁ ବାଣ୍ଟି ଦିଆଯାଇଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ କୁହାଯାଇଛି ଯେଉଁଥିରେ ଭାରତ ସରକାର ୫୦ ପ୍ରତିଶତ (ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ୭୫ ପ୍ରତିଶତ) ଭାରତ ସରକାର ବହନ କରିବେ।