Odiapua.com

ରାଜ୍ୟ ଉପକନିଷ୍ଠ ଟେନିସ୍‌ବଲ୍ କ୍ରିକେଟ ଦଳରେ ଭଦ୍ରକ ଜିଲ୍ଳାର ୩ ଖେଳାଳି

ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାରାଷ୍ଟ୍ରର ଦୋଣ୍ଡାଇଚାଠାରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ଉପକନିଷ୍ଠ ଟେନିସ୍‌ବଲ କ୍ରିକେଟ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇ ୬ ନଭେମ୍ବରରେ ସମାପ୍ତ ହେବ । ଏହି ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ତାର ବାଳକ ଘୋଷଣା କରିଛି । ଏହି ଓଡ଼ିଶା ଦଳରେ ଭଦ୍ରକ ଜିଲ୍ଲାରୁ ୩ ଜଣ ବାଳକ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଶୁଭଙ୍କର ପାଢ଼ୀ, ଜି. ଆର. ଭାରତ ଭୂଷଣ ଓ ଚନ୍ଦନ ପାତ୍ର । ଏହି ଖେଳାଳୀଙ୍କୁ ଭଦ୍ରକ ଜିଲ୍ଲା ଟେନିସବଲ୍ ସଂଘର ସଂପାଦକ ଦେବବ୍ରତ ଜେନା, ସଭାପତି ତନ୍ମୟ ମହାନ୍ତି, କାର୍ଯ୍ୟକାରୀ ସଭାପତି ଗୌରହରି ମଣ୍ଡଳ, ଉପସଭାପତି ଜଗବନ୍ଧୁ ବେହେରା, କ୍ରିଡା ଶିକ୍ଷକ ମନୋଜ କୁମାର ସାହୁ, ବି. ପିତାମ୍ବର ରେଡି ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଶୁଭ କାମନା କରିଛନ୍ତି ।