Odiapua.com

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ପୂର୍ବାହ୍ନରେ ରାଜ୍ୟର ସମସ୍ତ ରେଂଜ ଆଇ,ଜି, ଡି,ଆଇ,ଜି ଓ ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ।

ପ୍ରମୁଖ ପ୍ରସଙ୍ଗ

(୧) ଥାନା ଗୁଡିକୁ ଅଧିକ ନିରାପଦ ଓ ଆଦରପୂର୍ଣ୍ଣ କରିବା ସହ ଥାନାରେ ଥିବା ସି,ସି,ଟିଭି କୁ ଦିବାରାତ୍ର କାର୍ଯ୍ୟକ୍ଷମ କରିବା ଓ ସି,ସି,ଟିଭି କାର୍ଯ୍ୟରେ କୌଣସି ହସ୍ତକ୍ଷେପ ନକରିବା।

(୨) (କ) କୋଭିଡ-୧୯ ସମୟରେ ପୋଲିସର ଦୈନଦିନ କାର୍ଯ୍ୟ ସଂପାଦନ ବେଳେ ଓ ଆବଶ୍ୟକ କୋଭିଡ ନିୟମକୁ ପ୍ରବର୍ତ୍ତନ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ୱନ କରିବା।

(ଖ) ମାସ୍କ, ସାମାଜିକ ଦୂରତ୍ୱ ଓ ସ୍ୱାସ୍ଥ୍ୟରକ୍ଷା ବିଧାନକୁ ସଠିକ ଭାବେ ଅନୁପାଳନ କରିବା।

(ଗ) ଗିରଫ ଓ ପଚରାଉଚରା (Interrogation) ସମୟରେ ଆବଶ୍ୟକ ସତର୍କତା ଅବଲମ୍ୱନ କରିବା।

(୩) ସାନିଟାଇଜର, ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (PPE), ଫେସ ସିଲଡ (Face shield) ଆଦିର ଯୋଗାଣ ପ୍ରସଙ୍ଗ।

(୪) ଅନ୍ୟାନ୍ୟ ବିବିଧ ପ୍ରସଙ୍ଗ।

ଏହି ସମୀକ୍ଷା ବୌଠକରେ ସ୍ୱତନ୍ତ୍ର ଡି,ଜି ଗୁଇନ୍ଦା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ହେଡ୍ କ୍ୱାଟର୍ସ), ଆଇ,ଜି (ଆଧୁନିକିକରଣ), ଆଇ,ଜି (ଏସ୍,ସି,ଆର୍,ବି), ଆଇ,ଜି (ପ୍ରୋଭିଜନିଂ), ଆଇ,ଜି (ପର୍ସୋନେଲ) ଓ ଡି,ଆଇ,ଜି (ସ୍ୱତନ୍ତ୍ର ଗୁଇନ୍ଦା ସଂସ୍ଥା) ଉପସ୍ଥିତ ଥିଲେ।