Odiapua.com

ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସଦସ୍ୟତା ଗ୍ରହଣ ପ୍ରସ୍ତୁତି ବୈଠକ – ମୋର୍ଚ୍ଚା ତରଫରୁ ସମଗ୍ର ରାଜ୍ୟରେ ଏକ ଲକ୍ଷ ସଦସ୍ୟ ଗ୍ରହଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ୱର ତା.୨୨/୦୭ (ଓଡ଼ିଆ ପୁଅ) : ବିଜେପିର ସଂଗଠନ ପର୍ବ ଅବସରରେ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇସାରିଛି। ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସଦସ୍ୟତା ଗ୍ରହଣ ପ୍ରସ୍ତୁତି ବୈଠକ ରାଜ୍ୟ ସଭାପତି ଶ୍ରୀ ସୁଶାନ୍ତ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ରୀୟ ପ୍ରଭାରୀ ତଥା ଛତିଶଗଡ ଲୋକସଭା ସାଂସଦ ଶ୍ରୀ ଗୁହାରାମ ଅଜଗଲ୍ ଜୀ ଯୋଗଦେଇ ଅନୁସୂଚିତ ଜାତିର ବିକାଶ ପାଇଁ ମୋଦି ସରକାରଙ୍କ ପ୍ରତିବଦ୍ଧତା ଏବଂ ମୋଦି ସରକାରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ନୂତନ ସଦସ୍ୟ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ମୋର୍ଚ୍ଚା ତରଫରୁ ସମଗ୍ର ରାଜ୍ୟରେ ଏକ ଲକ୍ଷ ସଦସ୍ୟ ଗ୍ରହଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସଦସ୍ୟତା ଗ୍ରହଣକୁ ପ୍ରମୁଖ କାର୍ଯ୍ୟ ରୂପେ ଗ୍ରହଣ କରି ସମସ୍ତେ ଏହି ଲକ୍ଷ୍ୟ ପୂରଣ ପାଇଁ ପ୍ରୟାସ କରିବାକୁ ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ ଏହି ବୈଠକରେ ଯୋଗ ଦେଇ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଶ୍ରୀ ବାଇଧର ମଲ୍ଲିକ, ରାଜ୍ୟ ପ୍ରଭାରୀ ତଥା ରାଜ୍ୟ ସଂପାଦକ ଶ୍ରୀ ଦିଲ୍ଲୀପ ମଲ୍ଲିକ, ବିଜେପି ବାର୍ତ୍ତାର ମୁଖ୍ୟ ସଂପାଦକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଶ୍ୱଜିତ ତନ୍ତୀ, ଶ୍ରୀ ବସନ୍ତ ନାୟକ ପ୍ରମୁଖଙ୍କ ସମେତ ୩୬ଟି ସାଂଗଠନିକ ଜିଲ୍ଲାର ସଭାପତି, ସାଧାରଣ ସମ୍ପାଦକ ଓ ଜିଲ୍ଲା ପ୍ରଭାରୀମାନେ ମଧ୍ୟ ଯୋଗଦେଇଥିଲେ।