Odiapua.com

ରାଜ୍ୟସ୍ତରୀୟ ୩୯ତମ ଯୁବ ବାସ୍କେଟବଲ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାର ବାଳକ ଓ ବାଳିକା ଦଳ ଘୋଷିତ

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୁବନେଶ୍ୱରର ଟି ଏସ ଜି ଗୁରୁକୁଳ ସ୍କୁଲ ଠାରେ ଆରମ୍ଭ ହେବାକୁ ଯାଉଥିବା ରାଜ୍ୟ ସ୍ତରୀୟ ଯୁବ ବାସ୍କେଟବଲ ପ୍ରତିଯୋଗିତା ଟି ୩ ସେପ୍େଟମ୍ବର ରୁ ଆରମ୍ଭ ହୋଇ ୬ ସେପ୍େଟମ୍ବର ରେ ସମାପ୍ତ ହେବ। ଏହି ପ୍ରତିଯୋଗିତା ନିମନ୍ତେ ଭଦ୍ରକ ତାର ୧୨ ଜଣ ଲେଖାଏଁ ବାଳକ ଓ ବାଳିକା ଖେଳାଳୀ ଙ୍କ ନାମ ଘୋଷଣା କରିଛି ।ଏହି ଦଳ କୁ ଭଦ୍ରକ ଜିଲ୍ଲା ଆଥଲେଟିକ୍ ଆଶୋସିଏସନ୍ ର ସଂପାଦକ ଧିରେନ୍ ପଲାଇ , ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ,ଜିଲ୍ଲା କ୍ରିଡା ଅଧିକାରୀ ଦେବଦତ ମହାପାତ୍ର ଓ ଓ ଏ ସ଼ ଡି ସ୍ପୋର୍ଟସ ରମେଶ ମହାନ୍ତି ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ,ସଂଘର ସମସ୍ତ ସଦସ୍ୟ ଓ ବାସ୍କେଟବଲ୍ କୋଚ୍ ମନୋଜ କୁମାର ସାହୁ ପ୍ରମୁଖ ଖେଳାଳୀ ମାନଙ୍କୁ ରାଜ୍ୟ ସ୍ତରରେ ଉଲ ଖେଳ ପ୍ରଦର୍ଶନ କରନ୍ତୁ ବୋଲି ତାଙ୍କର ଶୁଭ ମନାସିଛନ୍ତି । ଏହି ଦଳ ସହିତ ମଧୁସ୍ମିତା ନାୟକ ଓ ସିଧାର୍ଥ ମହାନ୍ତି କୋଚ୍ ଓ ସ୍ୱାଗତ ନାୟକ ମ୍ୟାନେଜର ଭାବରେ ଯାତ୍ରା କରୁଛନ୍ତି । ବାଳକ ଖେଳାଳୀ ଙ୍କ ନାମ ଧର୍ମେଶ ନାରାୟଣ ସାହୁ,ତନ୍ମୟ ପ୍ରଧାନ , ମହାବୀର ପାତ୍ର , ସତ୍ୟଜିତ ଜେନା, ଡି ପି ଅଶ୍ମିତ୍ କୁମାର ଜିତେନ୍ଦ୍ର ଦାଶ୍ , ଓମ ପ୍ରକାଶ ବଳ, ସତ୍ୟଜିତ ସେଠୀ, ଏସ କେ ଅରମାନ୍ ,ନିଲ୍ ଦାଖ୍‌, ଦିବ୍ୟାଙ୍ଗ ଜେନା, ରିଷବ୍ ସେଠୀ, ବାଳିକା ଦଳ ବିଶ୍ୱରୂପା ସାହୁ, ଅଙ୍କିତା ସାହୁ , ଜିସ୍ମୟୀ ନାୟକ, ସ୍ୱାଗତିକା ସ୍ୱାଇଁ ,ରଶ୍ମିତା ବେହେରା , ଶ୍ରାବଣୀ ନାୟକ, ସୁଗନ୍ଧା ସାହୁ ଲକ୍ଷ୍ମୀପ୍ରିୟା ସାହୁ ,ସୂର୍ଣମୟୀ , ପ୍ରଗତିକା ସ୍ୱାଇଁ ,ସୁନିଲତା ବେହେରା, ୟାସିରା ଅଲ୍ଲୀ ପ୍ରମୁଖ ଦଳ ସହିତ ଯାତ୍ରା କରୁଛନ୍ତି ।