Odiapua.com

ରାଜ୍ୟସ୍ତରୀୟ ମହିଳା ଅସ୍ମିତା ଟେନିସ ବଲ କ୍ରିକେଟ ଲିଗ୍ ଉଦଯାପିତ

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଟେନିସ ବଲ୍ କ୍ରିକେଟ ସଂଘ ଆନୁକୂଲ୍ୟରେ , ରାଜ୍ୟ ଟେନିସ ବଲ ସଂଘ ଅନୁମୋଦିତ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଗତ ୭ ମାର୍ଚ୍ଚ ରେ ଆରମ୍ଭ ହୋଇ ୮ ମାର୍ଚ୍ଚ ରେ ସମାପ୍ତ ହୋଇଛି। ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ଟେନିସ ବଲ ସଂଘର ସଂପାଦକ ସିଥିଲ୍ କୁମାର ପଣ୍ଡା , ସହ ସଂପାଦକ ସୋମନାଥ ପରିଡା , ଭଦ୍ରକ ଜିଲ୍ଲା ଟେନିସ ବଲ ସଂଘର ଉପସଭାପତି ଗୌରହରି ମଣ୍ଡଳ , ସହିଦ୍ ଖାନ୍ , ଅସିତ ଦାସ ,ଶୁଭଲକ୍ଷ୍ମୀ ରାଉତ ଅଂଶୁମାନ ମହାନ୍ତି ,ଅମ୍ପାୟାର ରଜନୀ କାନ୍ତ ବିହାରୀ , ରଞ୍ଜନ କୁମାର ନାୟକ, ମନୋଜ ପେରେଇ , ବିଜୟ ନାୟକ ଓ ମନୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ , ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ରୁପେ ଜିଲ୍ଲା କ୍ରିଡା ଅଧିକାରୀ ତଥା ଓ ଏସ ଡି.ରମେଶ କୁମାର ମହାନ୍ତି ,ସ୍ୱତନ୍ତ୍ର ଅତିଥି ରୂପେ ୨(୦) ନାଭାଲ ୟୁନିଟ୍ ଏନ୍ ସି ସି ର କମାଣ୍ଡିଙ୍ଗ ଅଫିସର ସୁଦିପ୍ କୁମାର ସାହୁ , ବେଷ୍ଟ ଯାନ୍ତ୍ରିକ ବିଦ୍ୟାଳୟ ର ଅଧ୍ୟକ୍ଷ ରବିନ୍ଦ୍ର କୁମାର ଯେନା, ପୂର୍ବତନ ଆ ପି ଇ ଅରବିନ୍ଦ ବସନ୍ତ ରାଏ ,ସମାଜ ସେବୀକା ମଧୁସ୍ମିତା ମହାପାତ୍ର , ରାଜ୍ୟ ସଂପାଦକ ରାଜ୍ୟ ସହ ସଂପାଦକ ,ଭଦ୍ରକ ଜିଲ୍ଲା ଉପସଭାପତି ଓ କାଯ୍ୟକାରୀ ସଭାପତି ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏହି ରାଜ୍ୟ ସ୍ତରୀୟ ଖେଳରେ ମୋଟ ୮ଗୋଟି ଜିଲ୍ଲା ଭାଗ ନେଇଥିଲେ । ତନ ମଧ୍ୟରୁ ଭଦ୍ରକ ଜିଲ୍ଲା ଓ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟରେ ଫାଇନାଲ୍ ଖେଳ ଅନୁଷ୍ଠିତ ହୋଇଥିଲା , ଶେଷରେ ଭଦ୍ରକ ଜିଲ୍ଲା ଏହି ରାଜ୍ୟ ସ୍ତରୀୟ ମହିଳା ଅସ୍ମିତା ଟେନିସ ବଲ କ୍ରିକେଟ ଲିଗ୍ ୨୦୨୫- ୨୦୨୬ ର ଚମ୍ପିଆନ୍ ଆଖ୍ୟ ଅର୍ଜନ କରିଥିଲା ଏହି ପ୍ରତିଯୋଗିତାରେ ବିଭିନ୍ନ ଆକର୍ଷଣୀୟ ପୁରସ୍କାର ରହିଥିଲା ତଥା ସର୍ବଶ୍ରେଷ୍ଠ ଫିଲ୍ଡର୍ ଶୁତି ଲେଖା ମଲ୍ଲିକ ସ(କେନ୍ଦ୍ରାପଡ଼ା) ,ସର୍ବଶ୍ରେଷ୍ଠ କ୍ୟାଚ୍ ଭାଗ୍ୟଶ୍ରୀ ରାଉତ (ଭଦ୍ରକ) , ସର୍ବଶ୍ରେଷ୍ଠ ବୋଲର୍ ବର୍ଷାରାଣୀ ମଲ୍ଲିକ (ଭଦ୍ରକ),ସର୍ବଶ୍ରେଷ୍ଠ ବେଟର ସିତୁ ପ୍ରଭା ନାୟକ,(କେନ୍ଦ୍ରାପଡା) , ପ୍ଲେୟାର ଅଫ୍ ଦି ସିରିଜ୍ ବର୍ଷାରାଣୀ ମଲ୍ଲିକ (ଭଦ୍ରକ), ପ୍ଲେୟାର ଅଫ୍ ଦ ଫାଇନାଲ ମ୍ୟାଚ୍ .ଅର୍ଚ୍ଚନା ରାଉତ ,ତୃତୀୟ ଦଳ ଭାବରେ କନ୍ଧମାଳ ଜିଲ୍ଲା ଟ୍ରଫି ଗ୍ରହଣ କରିଥିଲା ।ଏହି ପ୍ରତିଯୋଗିତା ପରିଚାଳନା କରିବାରେ କ୍ରିଡା ଶିକ୍ଷକ ତପନ ମିଶ୍ର , ଗୋଲକ କୁମାର ନାୟକ , ତନ୍ମୟ ମହାନ୍ତି । ଚାରୁଦତ ନାୟକ , ଦେବବ୍ରତ ଜେନା , ସ୍ୱୟଂମ୍ ସମ୍ଭବ ଦାଶ୍ , ପ୍ରଞ୍ଜା ପାରମିତା ସାମଲ ,ପବିତ୍ର ମୋହନ ଖିଲାର, ସୂର୍ଯ୍ୟକାନ୍ତ ରାଉଳ,ଶୁଭଶ୍ରୀ ଦାସ ,ମଧୁସ୍ମିତା ନାୟକ ପ୍ରମୁଖ ମୁଖ୍ୟ ଦାୟିତ୍ୱ ନିର୍ବାହ କରିଥିଲେ।