Odiapua.com

ରାଜ୍ୟସ୍ତରୀୟ ମହାବୀରକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ; ସେମିରେ ଯାଜପୁର ଇଲେଭେନ

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ନେରଡା ପଞ୍ଚାୟତ ଅନ୍ତର୍ଗତ ଯଶୋଟିକିରି କ୍ରିକେଟ ପଡିଆରେ ୨୪ତମ ରାଜ୍ୟସ୍ତରୀୟ ମହାବୀର କପ କ୍ରିକେଟ ମେଗା ଟୁର୍ଣ୍ଣାମେଣ୍ଟର ଆଜି ଅନୁଷ୍ଠିତ ଶେଷ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଯାଜପୁର ଇଲେଭେନ ଷ୍ଟାର ସହ କେଉଁଝର ୟୁନିକ୍ ଏକାଡେମୀ ଦଳ ମଧ୍ୟରେ ମୁକାବିଲା ହୋଇଥିଲା । ଇଲେଭେନ ଷ୍ଟାର ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧରିତ୨୫ ଓଭରରେ ୯ ଉଇକେଟ ହରାଇ ୨୩୦ ରନ ସ୍କୋର କରିଥିଲା । ଦଳର ବ୍ୟାଟ୍ସମ୍ୟାନ ରାଜେଶ ସେଠୀ ୪୫ ବଲରୁ ୭୩ ରନ, ଅଭିଳାଶ ରାଉତରାୟ ୨୮ ବଲରେ ୧୮ ରନ, ସନ୍ତୋଷ ସେଠୀ ୯ ବଲ ରେ ୧୮ ରନ ଓ ପିଣ୍ଟୁ ଶର୍ମା ୩୩ ବଲରୁ ୫୪ ରନ ସ୍କୋର କରିଥିଲେ । ପ୍ରତିପକ୍ଷର ବୋଲର କୁନ୍ଦନ ପ୍ରଜାପତି ୫ ଓଭର ବୋଲିଂ କରି ୨୯ ବିନିମୟରେ ୩ ଉଇକେଟ ହାସଲ କରିଥିଲେ । ଜବାବରେ କେଉଁଝର ଦଳ ୧୪.୧ ଓଭରରେ ସମସ୍ତ ଉଇକେଟ ହରାଇ ୯୮ ରନ କରି ପରାଜିତ ହୋଇଥିଲା । ଦଳର ବ୍ୟାଟ୍ସମ୍ୟାନ ଶୁଭମ ପ୍ରିୟଦର୍ଶୀ ୧୯ ବଲରେ ୨୭ ରନ ଓ ହିତେଶ ତ୍ୱିୱାରୀ ୧୦ ବଲ ରେ ୨୩ ରନ ସ୍କୋର କରିଥିଲେ । ପ୍ରତିପକ୍ଷର ବୋଲର ସୋଏବ ଅକତାର ୫ ଓଭର ବୋଲିଂ କରି ୨୪ ରନ ବିନିମୟରେ ୪ ଉଇକେଟ ହାସଲ କରିଥିଲେ । ବିଜୟୀ ଦଳର ବ୍ୟାଟ୍ସମ୍ୟାନ ସୋଏବ ଅକତାର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଆଜିର ମ୍ୟାଚକୁ ଅମ୍ପାୟାର କାଳନ୍ଦୀ ପଣ୍ଡା ଓ ଦୁର୍ଗାପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ । ପ୍ରଦୀପ ଜେନା ଓ ପ୍ରତ୍ୟୁଷ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ମାନସ ନନ୍ଦ, ଦେବାଶିଷ ରଥ ଓ ସୌମ୍ୟ ବର୍ଦ୍ଧନ ସ୍କୋରର ଦାଇତ୍ୱ ତୁଲାଇଥିଲେ । ଗୁରୁବାର ବାସୁଦେବପୁର ଉତ୍କଳିକା ସହ ଭୁବନେଶ୍ୱର ଟାଉନ କ୍ଲବ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।