ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ନେରଡା ପଞ୍ଚାୟତ ଅନ୍ତର୍ଗତ ଯଶୋଟିକିରି କ୍ରିକେଟ ପଡିଆରେ ୨୪ତମ ରାଜ୍ୟସ୍ତରୀୟ ମହାବୀର କପ କ୍ରିକେଟ ମେଗା ଟୁର୍ଣ୍ଣାମେଣ୍ଟର ସୋମବାର ଅନୁଷ୍ଠିତ ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଯାଜପୁରରୋଡ ସ୍ପୋର୍ଟ୍ସ ଏକାଡେମୀ ଓ ଭୁବନେଶ୍ୱର ଟାଉନ କ୍ଲବ ମଧ୍ୟରେ ମୁକାବିଲା ହୋଇଥିଲା । ଟାଉନ କ୍ଲବ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ୮ ଉଇକେଟ ହରାଇ ୨୮୯ ରନ ସ୍କୋର କରିଥିଲା । ଦଳର ବ୍ୟାଟ୍ସମ୍ୟାନ ବିଶାଲ କର ୩୪ ବଲରୁ ୯୬ରନ, ମାନସ ଦାସ ୩୩ ବଲରୁ ୫୭ ରନ ଓ ଅଶ୍ୱନୀ ମହାପାତ୍ର ୩୪ ବଲ ରୁ ୫୬ ରନ ସ୍କୋର କରିଥିଲେ । ପ୍ରତିପକ୍ଷର ବୋଲର ପ୍ରୀତମ ସିଂ ୫ ଓଭର ବୋଲିଂ କରି ୬୬ ବିନିମୟରେ ୩ ଉଇକେଟ ହାସଲ କରିଥିଲେ । ଜବାବରେ ସ୍ପୋର୍ଟ୍ସ ଏକାଡେମୀ ଦଳ ୨୪ ଓଭରରେ ସମସ୍ତ ଉଇକେଟ ହରାଇ ୧୫୨ ରନ କରି ପରାଜିତ ହୋଇଥିଲେ । ଦଳର ବ୍ୟାଟ୍ସମ୍ୟାନ ପ୍ରୀତମ ସିଂ ୩୨ ରନ ଓ ଅଙ୍କିତ ପଣ୍ଡା ୨୫ରନ ସ୍କୋର କରିଥିଲେ । ପ୍ରତିପକ୍ଷର ବୋଲର ସୁଜନ ଦାଶ ୫ ଓଭର ବୋଲିଂ କରି ୨୪ ରନ ବିନିମୟରେ ୪ ଉଇକେଟ ହାସଲ କରିଥିଲେ । ବିଜୟୀ ଦଳର ବ୍ୟାଟ୍ସମ୍ୟାନ ବିଶାଲ କର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଆଜିର ମ୍ୟାଚକୁ ଅମ୍ପାୟାର କାଳନ୍ଦୀ ପଣ୍ଡା ଓ ଦୁର୍ଗାପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ । ପ୍ରତ୍ୟୁଷ ସାହୁ ଓ ଦିଲ୍ଲିପ ପୃଷ୍ଟି ଧାରାବିବରଣୀ ପ୍ରଦାନ କରିଥିଲେ । ମାନସ ନନ୍ଦ, ଦେବାଶିଷ ରଥ ଓ ସୌମ୍ୟ ବର୍ଦ୍ଧନ ସ୍କୋରର ଦାଇତ୍ୱ ତୁଲାଇଥିଲେ । ମଙ୍ଗଳବାର କଟକ ଜୁଭେନାଇଲ କ୍ଲବ ସହ ଭଦ୍ରକ ୟୁନିକ୍ ଇଲେଭେନର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।