Odiapua.com

ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ସାହସିକ ପୁରସ୍କାର ପାଇଁ କେନ୍ଦ୍ରାପଡାରୁ ସବିତା ଓ ପୂର୍ଣ୍ଣିମା ମନୋନ୍ୱିତ

କେନ୍ଦ୍ରାପଡା ୨୮/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ଅଗଷ୍ଟମାସ ୨୯ତାରିଖରେ ଜାତୀୟ କ୍ରୀଡା ଦିବସ ପାଳନ ଉପଲକ୍ଷେ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ସାହସିକ ପୁରସ୍କାର ପ୍ରଦାନ କରାଯିବ। ଏହି ରାଜ୍ୟ ସ୍ତରୀୟ ପୁରସ୍କାର ୨୦୧୯ବର୍ଷ ପାଇଁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ବତୀଘର ପଂଚାୟତ ନିପାଣିଆ ଗ୍ରାମର ପୂର୍ଣ୍ଣିମା ଗିରି ଓ ସବିତା ଗିରି କେନ୍ଦ୍ରାପଡା ଜିଲ୍ଲାରୁ ମନୋନ୍ୱିତ ହୋଇଛନ୍ତି। ଏହି ଦୁଇ ପ୍ରତିଭାଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତମାସ ୨୯ତାରିଖରେ ଭୁବନେଶ୍ୱର ଲୋକସଭା ଭବନର ତୃତୀୟମହଲାଠାରେ ସମ୍ମାନୀତ କରିବେ। ସେହି ଦୁଇ ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ ୫୦ହଜାର ଟଙ୍କାର ଆର୍ଥିକ ପୁରସ୍କାର ସମେତ ରୁପା ପଦକ ଓ ମାନପତ୍ର ପ୍ରଦାନ କରିବେ। ପୂର୍ଣ୍ଣିମା ଓ ସବିତାଙ୍କ ଏହି କୃତିତ୍ୱ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଓ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଉଭୟଙ୍କୁ ଶୁଭେଛା ଜଣାଇ ତାଙ୍କର ଉତ୍ତୋରତର ଉନ୍ନତି କାମନା କରିଛନ୍ତି।