Odiapua.com

ରାଜ୍ୟସ୍ତରୀୟ ପ୍ରବଚକ ସମ୍ମିଳନୀ ଉଦ୍‌ଘାଟିତ

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆଗରପଡାର କୁଡ଼ିଆମାଳ ଠାରେ ଶ୍ରୀରାମ ଚରିତମାନସ ଆଧ୍ୟାତ୍ମିକ ପରିଷଦ ଓ ନିଖିଲ ଓଡ଼ିଶା ପ୍ରବକ୍ତା ପରିଷଦ ମିଳିତ ଆନୁକୁଲ୍ୟରେ ରୈାପ୍ୟ ଜୟନ୍ତୀ ଅବସରରେ ରାଜ୍ୟ ସ୍ତରୀୟ ପ୍ରବଚକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ରଥ ବେହେରା ଏହି ସମ୍ମିଳନୀକୁ ଉଦ୍‌ଘାଟନ କରି କହିଥିଲେ;ସମାଜରେ ଯେତେବେଳେ ଅଧର୍ମ, ଅସତ୍ୟ ବ୍ୟଭିଚାରବଢିଯାଏ, ସେତେବେଳେ ପ୍ରବଚକମାନେ ସମାଜରେ ଆଲୋକ ବର୍ତ୍ତିକା ସାଜି ସୁସ୍ଥ ସମାଜ ଗଠନ କରିବାକୁ ଆଗେଇଆସିଥାନ୍ତି। ବିଶିଷ୍ଟ ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ, ପ୍ରତାପ ନନ୍ଦ, ଚିତ୍ତରଂଜନ ନାୟକ, ହୀମାଂଶୁ ଭୂଷଣ, ଅଶ୍ୱିନୀ ଦାସ, ପ୍ରମୋଦ ନାୟକ, ନିରାକାର ଗାହାଣ, ଖଗେଶ୍ୱର ନାୟକ, ତପସ୍ୱିନୀ ପାଢୀ, ପାରାୟଣ ବ୍ୟାସ ବଳରାମ ବାବା, ଦୀପେନ୍ଦ୍ର ପାଢୀ ପ୍ରମୁଖ ଯୋଗ ଦେଇ ଭକ୍ତି ଓ ଭଗବାନଙ୍କ ସଂପର୍କୀତ ଆଧ୍ୟାତ୍ମିକ ସଂପର୍କୀତ ସାରଗର୍ଭକ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରବଚକମାନଙ୍କୁ ମାନପତ୍ର ଓ ଉପଢୈାକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଗ୍ରାମ ସଭାପତି ନବ କିଶୋର ପଣ୍ଡା ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ପରିଷଦ ରାଜ୍ୟ ସଂପାଦକ ପ୍ରିୟ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।