Odiapua.com

ରାଜ୍ୟସ୍ତରୀୟ ପ୍ରଫୁଲ୍ଲ ସ୍ମାରକୀ କ୍ରିକେଟ, ଫାଇନାଲରେ ଯାଜପୁର ସୁପର୍ଣ୍ଣ ଇଲେଭେନ ।

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିକଟସ୍ଥ ଆନନ୍ଦ ବଜାର ଠାରେ ଚାଲିଥିବା ରାଜ୍ୟସ୍ତରୀୟ ପ୍ରଫୁଲ୍ଲ ପଣ୍ଡା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଯାଜପୁର ସୁପର୍ଣ୍ଣ ଇଲେଭେନ ପହଁଚିଛି । ଆଜି ଅନୁଷ୍ଠିତ ଦ୍ୱିତୀୟ ସେମିରେ ଯାଜପୁର ସୁପର୍ଣ୍ଣ ଇଲେଭେନ ୫ ଉଇକେଟରେ ଭଦ୍ରକର ସାଳନ୍ଦୀ କ୍ଲବକୁ ପରାସ୍ତ କରିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ସାଳନ୍ଦୀ କ୍ଲବ ଭଦ୍ରକ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୨୧୮ ରନ୍ କରିଥିଲା । ଦଳ ପକ୍ଷରୁ ଇନ୍ଦ୍ରଜିତ ମହାନ୍ତି ୫୫ ଏବଂ ଦିପକ ଦାସ ୪୭ ରନର ଇଂନିସ ଖେଳିଥିଲେ । ଯାଜପୁର ସୁପର୍ଣ୍ଣ ଇଲେଭେନ ପକ୍ଷରୁ ସୌମ୍ୟରଂଜନ ମୁଦୁଲି ୨ ଉଇକେଟ ସଫଳତା ହାସଲ କରିଥିଲେ । ୨୧୯ ରନର ବିଜୟ ଲକ୍ଷ୍ୟକୁ ସୁପର୍ଣ୍ଣ ଇଲେଭେନ ୧୮.୪ ଅଭର ମଧ୍ୟରେ ମାତ୍ର ୫ ଉଇକେଟ ବିନିମୟରେ ହାସଲ କରି ନେଇଥିଲା । ଦଳର ଅଧିନାୟକ ସାଗର ମହାପାତ୍ର ବିସ୍ପୋରକ ଇଂନିସ ଖେଳି ୩୨ ବଲରୁ ୭୯ ରନ୍ କରିଥିବା ବେଳେ ବିକାଶ ମୁଦୁଲି ୩୫ ରନ୍ ସ୍କୋର କରିଥିଲେ । ଭଦ୍ରକ ସାଳନ୍ଦୀ କ୍ଲବ ପକ୍ଷରୁ ଅଧିନାୟକ ରଞ୍ଜିତ ବାରିକ,ସୁନିଲ ସାହା,ଗୁଡୁ ମୁଣ୍ଡା ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ନରେନ୍ଦ୍ର ପଣ୍ଡା ଓ ବିବେକାନନ୍ଦ ସାମଲ ଆମ୍ପାୟାରିଂ କରିଥିଲେ । ଦେବାଶିଷ ବିଶ୍ୱାଳ,ମହାପ୍ରସାଦ ପଣ୍ଡା,ରାଜନ ପଣ୍ଡା ଧାରାବିବରଣୀ ପ୍ରଦାନ କରିଥିଲେ । ମନୋଜ ପଣ୍ଡା,ମିଲନ ପଣ୍ଡା,ରାଜେନ୍ଦ୍ର ପଣ୍ଡା ସ୍କୋରର ରହିଥିଲେ । ଆଜିର ଖେଳରେ ବିଜେପି ଯୁବନେତା ସୂରଜ କୁମାର ସାହୁ ଅତିଥୀ ଭାବେ ଯୋଗ ଦେଇଥିଲେ । ମ୍ୟାନ ଅଫ’ଦି ମ୍ୟାଚ ବିବେଚିତ ସାଗର ମହାପାତ୍ରଙ୍କୁ ଓଷ୍ଟାର ଭଦ୍ରକ ବ୍ଲକ ସମ୍ପାଦକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ । ଚଳିତ ମାସ ୧୮ ତାରିଖ ଦିନ ପ୍ରତିଯୋଗିତାର ଫାଇନାଲ ମ୍ୟାଚ କେସିଏ ଧାମନଗର ଏବଂ ସୁପର୍ଣ୍ଣ ଇଲେଭେନ ଯାଜପୁର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଭାପତି ବୈକୁଣ୍ଠ ନାଥ ସାହୁ ଜଣାଇଛନ୍ତି ।