Odiapua.com

ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚମ୍ପିୟନ୍‌ସିପ୍ ପାଇଁ ମନୋନୀତ ‘ଟିମ୍ ଭଦ୍ରକ’କୁ ସମ୍ବର୍ଦ୍ଧନା

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡିସେମ୍ବର ୨୭ ଓ ୨୮ ଭଦ୍ରକ ଚରମ୍ପା ସ୍ଥିତ ମହରାଜ ଅଗ୍ରସେନ ଭବନରେ ତାଇକୋଣ୍ଡୋ ଆସୋସିଏସନ ଅଫ୍ ଓଡିଶା ଦ୍ୱାରା ଆୟୋଜିତ ୨୦ତମ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚମ୍ପିୟନ୍‌ସିପ୍ ଅନୁଷ୍ଠିତ ହେଉଛି । ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ ନିମନ୍ତେ ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ଭଦ୍ରକ ୨୫ ଜଣ କ୍ରୀଡ଼ାବିତ୍‌ଙ୍କୁ ମନୋନୀତ କରିଛି । ବିଭିନ୍ନ ବର୍ଗ ଓ ଶୃଙ୍ଖଳାରେ ପ୍ରିତେଶ ମହାନ୍ତି, ସାଇ ପୃଥିରାଜ ଦତ, ଆର‌୍ୟ୍ୟ ଭାରତ ମହାନ୍ତି, ବିନ୍ଦୁପ୍ରଭା ପଣ୍ଡା, ଜ୍ୟୋର୍ତିମୟୀ ପରିଡା, ଆୟୁଷ କୁମାର ଦାସ, ଭବ୍ୟ ମେହେତା, ସେକ୍ ଜାହିରୁଦ୍ଦିନ୍‌, ଆଦ୍ୟାଶା ପରିଡା, ଭୂମିସ୍କା ସାମଲ, ପ୍ରହ୍ଲାଦ ଦାସ, ଉପମନ୍ୟୁ ନାୟକ, ସାଇସୁଜିତ୍ ପରିଡା, ସିଦ୍ରା ମୁସ୍ତାଫା, ସାଇକ୍ରିଷ୍ଣା ମଲ୍ଲିକ, ଜାଗୃତି ପ୍ରିୟଦର୍ଶନୀ, ଦିବ୍ୟାପ୍ରିୟାଂଶି ପୃଷ୍ଟି, ରିତୁରାଜ ବାରିକ, ସାଇସିଦ୍ଧି ମହାପାତ୍ର, ରିତୁପମା ସାହୁ, ସିଭାଂଶ ଦାସ, ରାଜଦିପ୍ ପତି, ଅର୍ପିତ କୁମାର ସାହୁ ଓ ଅମନ କୁମାର ସାହୁ ଭଦ୍ରକର ପ୍ରତିନିଧୀତ୍ୱ କରିବେ । ଟିମ୍ ଭଦ୍ରକର ମ୍ୟାନେଜର ରୂପେ ଅଲିଭା ପ୍ରିୟଦର୍ଶନୀ ସାହୁ ଓ କୋଚ୍ ରୂପେ ଧନେଶ୍ୱର ଜେନା ଦାୟିତ୍ୱ ବହନ କରିବେ । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତାର ପରିଚାଳନା ନିମନ୍ତେ ତାଇକୋଣ୍ଡୋ ଆସୋସିଏସନ ଅଫ୍ ଭଦ୍ରକରୁ ତାରିଣୀ ସାହୁଙ୍କୁ ମନୋନୀତ କରିଛି । ଟିମ୍ ଭଦ୍ରକର ଏହି ୨୫ ଜଣ ପ୍ରତିଯୋଗୀଙ୍କ ସମେତ ସମସ୍ତ ସଦସ୍ୟମାନଙ୍କୁ ରବିବାର ଦିନ ହେପିହୋମ ସ୍କୁଲ ପ୍ରାଙ୍ଗଣରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପର୍ବରେ ତାଓ କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ବିଜୟ କୁମାର ଜେନା ଓ ସଂପାଦକ ରବିନାରାୟଣ ପାଣିଗ୍ରାହୀ ଅଧ୍ୟକ୍ଷତା କରି ଖେଳାଳୀମାନଙ୍କୁ ଶୁଭେଚ୍ଛା ପୁଷ୍ପଗୁଚ୍ଛ ପ୍ର୍ରଦାନ କରିଥିଲେ । ଏ ବର୍ଷ ଭଦ୍ରକ ଆଉ ଏକ ପାଦ ଆଗକୁ ଯିବ ବୋଲି ସାଧାରଣ ସଂପାଦକ ରବିନାରାୟଣ ପାଣିଗ୍ରାହୀ ଆଶାବ୍ୟକ୍ତ କରିଥିଲେ ।