Odiapua.com

ରାଜ୍ୟସ୍ତରୀୟ ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର ତା ୨୧.୧୧ (ଓଡ଼ିଆ ପୁଅ) – ଆଜି ୧୨୦ତମ ଡ. ହରେକୃଷ୍ଣ ମହାତାବ ରାଜ୍ୟ ସ୍ତରୀୟ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥିଭାବେ ଡ. ହରେକୃଷ୍ଣ ମହାତାବ ରାଜ୍ୟସ୍ତରୀୟ ଜୟନ୍ତୀ କମିଟିର ସ୍ଥାୟୀ ସଭାପତି ତଥା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ କହିଲେ ଯେ ଭାରତରେ ଯେପରି ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତି ତିଆରି ହୋଇଛି ସେହିପରି ଓଡ଼ିଶାରେ ଏକ ବିଶାଳକାୟ ପ୍ରତିମୂର୍ତି ସ୍ଥାପନ କରିବାପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବେ। ଶ୍ରୀ ହରିଚନ୍ଦନ କହିଲେ ଯେ ପାଇକମାନଙ୍କ ପାଇଁ ସରକାର କିଛି ଅର୍ଥ ବ୍ୟବସ୍ଥା କଲେ ଏହି ପାଇକକଳାକୁ ବଂଚାଇ ରଖାଯାଇ ପାରିବ। ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁର୍ଖାଜୀ ପାଇକ ଜାତୀୟ ସ୍ତରର ପାଇକ ବିଦ୍ରୋହର ୨୦୦ତମ ପୂର୍ତି ଉତ୍ସବକୁ ଉଦ୍ଘାଟନ କରି ପାଇକମାନଙ୍କ ଉଚ୍ଚପ୍ରଶଂସିତ କରିଥିବା କଥା ରାଜ୍ୟପାଳ କହିଥିଲେ।

ଓଡ଼ିଶାରେ ଏହି ପାଇକ ଭାଇମାନେ ପୂର୍ବକଳା ସଂସ୍କୃତିକୁ ଆଖଡ଼ା ମାଧ୍ୟମରେ ଏପର୍ଯ୍ୟନ୍ତ ବଂଚାଇ ରଖିଥିବାରୁ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଂଟିଆ ଯୋଗଦାନ କରି ପାଇକମାନଙ୍କ ଗୁଣଗାନ କରିଥିଲେ। କମିଟିର କୋଷାଧ୍ୟକ୍ଷ ଅମୀୟ ଦାସ, ବରିଷ୍ଠ କର୍ମକର୍ତା ରଶ୍ମି ମହାପାତ୍ର, ଚିନ୍ମୟ ଦାସ, ବାବୁନା ପଢ଼ିହାରୀ, କାଳୁ ପତି ଓ ପ୍ରକାଶ ମହାନ୍ତିଙ୍କ ଉପସ୍ଥିତିରେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ୧୩ଜଣ ପ୍ରତିଭାବିତ୍ ମାନଙ୍କୁ ସର୍ବଶ୍ରୀ ହୃଦାନନ୍ଦ ରାଉତରାୟ, ଅଶ୍ୱିନୀ କୁମାର ଦାସ, ରଶ୍ମୀ ମହାପାତ୍ର, ନରେନ୍ଦ୍ର କୁମାର ସେଠୀ, ଦୀପକ ମହାପାତ୍ର, ମଳୟ ମହାନ୍ତି, ସୁମନ୍ତ ସୁନ୍ଦରାୟ, ଏସ୍ରାଜ ବିଶ୍ୱାଳ, ସ୍ମୃତି ରଞ୍ଜନ୍ତ ମହାନ୍ତି (ନଟିଆ) ବିଶ୍ୱଜିତ ଛୋଟରାୟ, ଭବାନୀ ଶଙ୍କର ସାହୁ, ରମେଶ ଚନ୍ଦ୍ର ସାହୁ, ସୌମ୍ୟ ରଞ୍ଜନ ସାମଲଙ୍କୁ ଉପଢ଼ୋକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ସମ୍ମାନୀତ କରିଥିଲେ।

ଏହି ଅବସରରେ ପୂର୍ବତନ ମେନେଜିଙ୍ଗ ଟ୍ରଷ୍ଟି ହରିହର ମଲିଆଙ୍କ ଲିଖିତ “ପରଂବ୍ରହ୍ମ ଶ୍ରୀ କପିଳ ମୁନି ମାତା ଦେବହୃତି” ପୁସ୍ତକ କୁ ରାଜ୍ୟପାଳ ଶ୍ରୀଯୁକ୍ତ ହରିଚନ୍ଦନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଜୟନ୍ତୀ କମିଟିର ସ୍ଥାୟୀ ସାଧାରଣ ସଂପାଦକ ବିଧାୟକ ସୁରେଶ କୁମାର ରାଉତରାୟ ଅଧ୍ୟକ୍ଷତା କରି ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ପୁରୁଣା ଭୁବନେଶ୍ୱରର ନିଜ ନାମରେ ଥିବା ଏକ ମାର୍କେଟ କମ୍ପ୍ଳେକ୍ସକୁ ଡ.ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ନାମରେ ନାମିତ କରିବାକୁ ସର୍ବସାଧାରଣରେ ଘୋଷଣା କରିଥିଲେ। ଏହି ମାର୍କେଟ କମ୍ପ୍ଳେକ୍ସର ଆୟକୁ ପରବର୍ତ୍ତୀ ସମୟରେ ଏହି ଜୟନ୍ତି କମିଟିରେ ବିଭିନ୍ନ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯିବ। ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅନୁମତିରେ ଡ. ହରେକୃଷ୍ଣ ମହତାବଙ୍କ ଦୃଢ଼ ନେତୃତ୍ୱ ବଳରେ ୧୧୩ ଟି ଗଡ଼ଯାତ ମିଶ୍ରଣ ଭାରତ ଇତିହାସରେ ଏକ ବିରଳ ଐତିହାସିକ କାର୍ଯ୍ୟ ଆଜିବି ଏକ ମାଇଲ ଖୁଂଟ ହୋଇ ରହିଛି। ଡ. ମହତାବ ଭାରତ ରତ୍ନ ସମ୍ମାନ ପାଇବା ପାଇଁ ସମ୍ପୂର୍ଣ୍ଣ ହକ୍ଦାର ବୋଲି ଶ୍ରୀ ରାଉତରାୟ ମତପୋଷଣ କରିବା ସହ ପାଇକମାନଙ୍କ ପାଇଁ, ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜନମଙ୍ଗଳ ଯୋଜନା କରିବାପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଶେଷରେ ଶ୍ରୀ କିଶୋର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯଥା ଖୋର୍ଦ୍ଧା, ନୟାଗଡ଼, ଢ଼େଙ୍କାନାଳ, ସମ୍ବଲପୁର, ଅନୁଗୋଳ, ଗଞ୍ଜାମ, କଳାହାଣ୍ଡି ଆଦି ଜିଲ୍ଲାରୁ ୫୦ରୁ ଉର୍ଦ୍ଧ ପାଇକ ଭାଇମାନେ ଯୋଗଦେଇ ତାଙ୍କର ପାରମ୍ପରିକ କଳାକୌଶଳ ପ୍ରର୍ଦଶନ କରିବା ସହିତ ମାଷ୍ଟର କ୍ୟାଂଟିନ ଛକ ସ୍ଥିତ ଲୋୟର ପିଏମଜିରୁ ଏକ ବିଶାଳ ଶୋଭାଯାତ୍ରାରେ ରାଜମହଲ, କଳ୍ପନା, ମାଉସୀମା, ବଢ଼େଇ ବାଙ୍କ ଓ ଲିଙ୍ଗରାଜ ମନ୍ଦରି ଦେଇ ଏକା୍ରମ ନିବାସରେ ପହଂଚିଥିଲେ। ଏକ୍ରାମ ନିବାସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ସମିର ମହାନ୍ତି, ସନ୍ତୋଷ ମହାନ୍ତି, କେଦାର ନାଥ ମହାପାତ୍ର, ଦୁôଃଶାସନ ସ୍ୱାଇଁ, ସନତ ମିଶ୍ର, ମନୋରଞ୍ଜନ ବଟୁ, ଚାରୁ ମଙ୍ଗରାଜ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଚ୍ଚକୋଟୀର କଳା ପ୍ରଦର୍ଶନ କରିଥିବା ପାଇକ ଦଳକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ କ୍ୟାପିଟାଲ ହସପିଟାଲରେ ଫଳ ବଂଟନ କାଯାଇଥିଲା। ସେହିପରି ଆଜି ସଂନ୍ଧ୍ୟାରେ ପୂରୁଣା ଭୁବନେଶ୍ୱରର ବଢ଼େଇ ବାଙ୍କ ଛକରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିରଞ୍ଜନ ପଟ୍ଟନାୟକ ଓ ଜୟନ୍ତୀ କମିଟିର ଉପସଭାପତି ସଂଗ୍ରାମ ପାଇକ ରାୟ ଯୋଗଦେଇ ଜୟନ୍ତୀ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଜୟକୃଷ୍ଣ ମଲିଆ, ବିଷ୍ଣୁ ପ୍ରସାଦ ମୁଦୁଲି, ନିଳମଣୀ ମିଶ୍ର ସୂଚାରୁ ରୂପେ ପରିଚାଳନା କରିଥିଲେ।