Odiapua.com

ରାଜ୍ୟସ୍ତରୀୟ ଇ- ଲୋକ ଅଦାଳତ ୧୩୭ ମାମଲାର ଫଏସଲା

ପୁରୀ, ୧୩ା୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଉଚ୍ଚନ୍ୟାୟାଳୟ ତଥା ରାଜ୍ୟଆଇନ୍ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲାରେ ଏକ ରାଜ୍ୟ ସ୍ତରୀୟ ଇ-ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ଏହିଲୋକ ଅଦାଲତରେ ୧୩୭ଟି ମାମଲାର ଫଏସଲା କରାଯାଇଥିଲା। ଅନୁଷ୍ଠିତ ଲୋକ ଅଦାଲତରେ ମୋଟର ଦୁର୍ଘଟଣା ଜନିତ ବିବାଦ, ପାରିବାରିକ ବିବାଦ, ଚେକ୍ ବାଉନ୍ସ ଜନିତ ବିବାଦ, ବିଭିନ୍ନ ବ୍ୟାଙ୍କରୁ ପ୍ରଦାନ କରାଯାଇଥିବାଋଣ ସଂମ୍ପର୍କିତ ବିବାଦ ଓ ଅର୍ଥଦେଣ ନେଣ ସମ୍ପର୍କିତ ବିବାଦର ଆପୋଷ ସମାଧାନ କରାଯାଇ କ୍ଷତିପୁରଣ ବାବଦକୁ ଏକକୋଟି ୭୬ ଲକ୍ଷ ୪୮ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ମହାମାରୀ କରୋନା ସଂକ୍ରମଣ ଦୃଷ୍ଟିରୁ ସରକାରଙ୍କ କୋଭିଡ଼ି ନିୟମ ନିର୍ଦ୍ଦେଶାନାମା ଅନୁଯାୟୀ ଭିଡ଼ିଓ କନଫେରାନ୍ସିଂ ଜରିଆରେ ମାମଲାର ବିଚାର କରାଯାଇଥିଲା। ଲୋକଅଦାଲତରେ ପୁରୀଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ଅଧ୍ୟକ୍ଷ ବିଦ୍ୟୁତ୍ କୁମାର ମିଶ୍ର, ଅତିରିକ୍ତଜିଲ୍ଲା ଓ ଦୌରାଜଜ୍ ସୁରେଶ କୁମାର ପ୍ରଧାନଙ୍କ ପିପିଲି, ନିମାପଡ଼ା ଓ କୋଣାର୍କ କୋର୍ଟର ବିଚାରପତିମାନେ ଅଂଶ ଗ୍ରହଣ କରିଥିଲେ।