ଭୁବନେଶ୍ୱର୧୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ରାଜ୍ୟସଭା ନିର୍ବାଚନ ପାଇଁ ୪ଜଣ ବିଜେଡି ଦଳର ପ୍ରାର୍ଥୀ ବିଧାନସଭା ସଚିବାଳୟ ପରିସରରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମମତା ମହାନ୍ତ, ମୁନା ଖା. ସୁଜିତ କୁମାର ଓ ସୁବାସ ସିଂ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ଓ ସମ୍ପତ୍ତି ତାଲିକା ସାମ୍ନାକୁ ଆସିଛି । ଶିକ୍ଷାଗତ ଯୋଗ୍ୟତା ରେ ମୁନ୍ନା ଖାଁ ଆନ୍ଧ୍ର ୟୁନିଭର୍ସିଟିରୁ ୧୯୮୩ରେ ମାଟ୍ରିକ ପାସ କରିଛନ୍ତି । ସୁଜିତ କୁମାର ହବାର୍ଡ ୟୁନିଭର୍ସିଟିରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ପିଜି କରିଥିବା ବେଳେ ସୁବାସ ସିଂହ ରାଜନୀତି ବିଜ୍ଞାନରୁ ଏମଏ ପାସ୍ କରି ବେଳେ ୧୯୮୬ରେ ଓକିଲାତି ପାସ କରିଛନ୍ତି ଓ ମମତା ମହନ୍ତଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ୍ ବୋଲି ସତ୍ୟପାଠରେ ଦଶାଇଛନ୍ତି ।
ସମ୍ପତ୍ତି ତାଲିକାରେ ସୁଜିତ କୁମାର ତାଙ୍କର ମୋଟ ସମ୍ପତି ମୂଲ୍ୟ ୧କୋଟ ୧୦ଲକ୍ଷ । ତେବେ ଅନ୍ୟ ତିନି ସଦସ୍ୟ ଲକ୍ଷପତି ତାଲିକାରେ ଥିବା ଜଣାପଡ଼ିଛି । ସୁବାସ ସିଂହଙ୍କ ସମ୍ପତି ମୂଲ୍ୟ ୨୩ ଲକ୍ଷ ୩୭ ହଜାର ୧୮୭ ଥିବା ବେଳେ ସୁବାସ ସିଂହଙ୍କ ନାଁରେ ରହିଛି ୧୧ ଅପରାଧିକ ମାମଲା । ସେହିପରି ମୁନ୍ନା ଖାଁଙ୍କର ସମ୍ପତ୍ତିର ମୂଲ୍ୟ ୩୨ ଲକ୍ଷ ୯୫ ହଜାର ୫୭୬ ଟଙ୍କା ଥିବା ବେଳେ ତାଙ୍କ ପାଖରେ ଏକ ହୋଣ୍ଡା ସିଟି କାର ରହିଛି ।ସୁଜିତ କୁମାରଙ୍କ ପାଖରେ ୧ କୋଟି ୧୦ ଲକ୍ଷ ୯ ହଜାର ୨୩୦ ଟଙ୍କାର ସମ୍ପତ୍ତି ରହିଥିବା ବେଳେ ତାଙ୍କ ପତ୍ନୀଙ୍କ ପାଖରେ ୨୬ ଲକ୍ଷ ୬୯ ହଜାର ୧୮୦ ଟଙ୍କା ଥିବା ଜଣାପଡ଼ିଛି । ଭୁବନେଶ୍ୱରର ଧଉଳି ନଗରରେ ଜାଗା ମଧ୍ୟ ସୁତିଜଙ୍କର ରହିଛି । ମହିଳା ପ୍ରାର୍ଥୀ ମମତା ମହନ୍ତଙ୍କ ପାଖରେ ମୋଟ ୨୫ ଲକ୍ଷ ୩ ହଜାର ୯୪୪ ଟଙ୍କାର ସମ୍ପତ୍ତି ରହିଛି ।