Odiapua.com

ରାଜ୍ୟର ଦେବାଦେବୀ ମନ୍ଦିର ଖୋଲିବା ନେଇ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା

ପୁରୀ ୧୬/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : କୋଭିଡ଼୍ କଟକଣା ପାଇଁ ଗତ ମାର୍ଚ୍ଚ ୨୦ ତାରିଖଠାରୁ ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟାନ୍ୟ ଦେବାଦେବୀ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ଫଳରେ, ସେବାୟତମାନେ ଏବେ ସେମାନଙ୍କ ପରିବାରର ଭରଣପୋଷଣ କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ରାଜ୍ୟର ମନ୍ଦିରଗୁଡ଼ିକ ଖୋଲା ଯାଇଥିବାବେଳେ ଓଡ଼ିଶାରେ ବନ୍ଦ ରହିଛି। ଏଥିନେଇ, ସେବାୟତମାନେ କୋଭିଡ଼୍ କଟକଣା ମଧ୍ୟରେ ସମସ୍ତ ଦେବାଦେବୀ ମନ୍ଦିର ଖୋଲିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିବା ସହ ବହୁବାର ଘଣ୍ଟ ବାଡ଼େଇ ନିରବ ପ୍ରତିବାଦ କରିବା ସହ ଗତକାଲି ପୁରୀ ଗୋବର୍ଦ୍ଧନ ପୀଠରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ। ଶ୍ରୀମନ୍ଦିର ଓ ସାକ୍ଷୀଗୋପିନାଥ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିର ନ ଖୋଲିବା ନେଇ ପୁରୀ ଗୋବର୍ଦ୍ଧନ ମଠର ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ପ୍ରତିକ୍ରୟା ପ୍ରକାଶ କରିବା ସହ ରାଜ୍ୟ ସରକାର ଖୁବ୍‌ଶୀଘ୍ର ସେବାୟତଙ୍କ ଆର୍ଥିକ ସମସ୍ୟାର ସମାଧାନ କରିବାକୁ ପ୍ରକାଶ କରିଛନ୍ତି।